ଭାଷା ହିଁ ଜୀବନଶକ୍ତି: ‘ଭାଷା, ଚିନ୍ତନ ଓ ନୂତନ ସମୀକରଣ’ ଉପରେ ପ୍ରାକ୍-ସମ୍ମିଳନୀ

 


ଅମଲା ଭବନରେ ଭାଷା ଓ ଚିନ୍ତନକୁ ନେଇ ଚିନ୍ତନ-ମନ୍ଥନ

ଭବାନୀପାଟଣା, ୧୨ ସେପ୍ଟେମ୍ବର ୨୦୨୬ | ସିଂହନାଦ (SIMHANAAD): ଭାଷାର ସୁରକ୍ଷା, ସମୃଦ୍ଧି ଓ ଆଧୁନିକ ସମାଜରେ ଏହାର ଭୂମିକାକୁ ନେଇ ଭବାନୀପାଟଣାସ୍ଥିତ ଅମଲା ଭବନରେ ‘ଭାଷା ହିଁ ଜୀବନଶକ୍ତି’ ଶୀର୍ଷକ ପ୍ରାକ୍-ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀର ମୁଖ୍ୟ ବିଷୟ ଥିଲା ‘ଭାଷା, ଚିନ୍ତନ ଓ ନୂତନ ସମୀକରଣ’।

ସମ୍ମିଳନୀରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା, ଭୁବନେଶ୍ୱର ସହ ସମ୍ପୃକ୍ତ ଡ. ସୁବ୍ରତ ପୃଷ୍ଟି ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ବରିଷ୍ଠ ପତ୍ରକାର ଓ ସମାଜସେବୀ ଭାରତ ଭୂଷଣ ଠାକୁର ଯୋଗଦେଇଥିବା ବେଳେ ବରିଷ୍ଠ ସମ୍ବାଦିକ ଶାନ୍ତନୁ ବେହେରା ମଧ୍ୟ ଉପସ୍ଥିତ ଥିଲେ।

ଏଥିସହ ନୀରଦବର ଖୁଣ୍ଟିଆ, ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା; ପରମେଶ୍ୱର ମୁଣ୍ଡ, ଅଧ୍ୟାପକ, ସାନ୍ଧ୍ୟ ମହାବିଦ୍ୟାଳୟ; ବିଜୟା ପ୍ରଧାନ, ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଏବଂ ସରୋଜ ବାଗ, ସଦସ୍ୟ, ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

ଆଲୋଚନାରେ ଭାଷା କେବଳ ଭାବର ଆଦାନପ୍ରଦାନର ମାଧ୍ୟମ ନୁହେଁ, ବରଂ ମଣିଷର ଚିନ୍ତନ, ଜ୍ଞାନ, ସାମାଜିକ ଚେତନା ଓ ସାଂସ୍କୃତିକ ପରିଚୟର ମୁଖ୍ୟ ଆଧାର ବୋଲି ମତ ପ୍ରକାଶ ପାଇଥିଲା। ଆଧୁନିକ ଓ ଡିଜିଟାଲ ଯୁଗରେ ଓଡ଼ିଆ ଭାଷାର ବ୍ୟବହାରକୁ ଆହୁରି ବ୍ୟାପକ କରିବା ସହ ଭାଷାର ମୌଳିକତା ଓ ସମୃଦ୍ଧି ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

Thanks for reading: ଭାଷା ହିଁ ଜୀବନଶକ୍ତି: ‘ଭାଷା, ଚିନ୍ତନ ଓ ନୂତନ ସମୀକରଣ’ ଉପରେ ପ୍ରାକ୍-ସମ୍ମିଳନୀ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.