ଅଳ୍ପକେ ବର୍ତ୍ତିଲା ବଡ଼ ଦୁର୍ଘଟଣା; ମୃତାହତ ସୂଚନା ନାହିଁ
ପୁରୀ, ୧୪ ଅଗଷ୍ଟ ୨୦୨୬ | ସିଂହନାଦ (SIMHANAAD): ଓଡ଼ିଶାର ପୁରୀ ରେଳ ଷ୍ଟେସନ୍ ନିକଟରେ ଶୁକ୍ରବାର ତାଳଚେର-ପୁରୀ MEMU ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ପୁରୀ ଷ୍ଟେସନ୍ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଘଟଣାଟି ଘଟିଥିବା ବେଳେ ପ୍ରାଥମିକ ରିପୋର୍ଟ ଅନୁଯାୟୀ କୌଣସି ମୃତାହତ ହୋଇନାହାନ୍ତି। ରେଳ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବା ସହ ଲାଇନଚ୍ୟୁତର କାରଣ ଯାଞ୍ଚ କରୁଛନ୍ତି।
ଘଟଣା ପରେ ପୁରୀ ଷ୍ଟେସନ୍ ନିକଟରେ ଟ୍ରେନ୍ ଚଳାଚଳ କିଛି ସମୟ ପାଇଁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ରେଳବାଇ ପକ୍ଷରୁ ଉଦ୍ଧାର ଓ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି। ଲାଇନଚ୍ୟୁତର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ପରେ ସ୍ପଷ୍ଟ ତଥ୍ୟ ମିଳିବ।
Thanks for reading: ପୁରୀ ଷ୍ଟେସନ୍ ନିକଟରେ ତାଳଚେର-ପୁରୀ MEMU ଟ୍ରେନ୍ ଲାଇନଚ୍ୟୁତ, Sorry, my English is bad:)

