ପାରାଦୀପ ଉପକୂଳରେ ଭୟଙ୍କର ଜାହାଜ ଦୁର୍ଘଟଣା: ୨ ଉଦ୍ଧାର, ୨୨ ନିଖୋଜ!

 


ସମୁଦ୍ର ମଝିରେ ବୁଡ଼ିଗଲା ‘MV Ocean Winner’; ନିଖୋଜଙ୍କୁ ଖୋଜିବାରେ ନୌସେନା ଓ କୋଷ୍ଟଗାର୍ଡର ବଡ଼ ଅଭିଯାନ

ଭୁବନେଶ୍ୱର, ୨୩ ଅଗଷ୍ଟ ୨୦୨୬: ଓଡ଼ିଶା ଉପକୂଳରେ ବଡ଼ ଜାହାଜ ଦୁର୍ଘଟଣା। ପାରାଦୀପ ଉପକୂଳଠାରୁ ଦୂର ସମୁଦ୍ରରେ ପାନାମା ପତାକାଯୁକ୍ତ ମାଲବାହୀ ଜାହାଜ ‘MV Ocean Winner’ ବୁଡ଼ିଯାଇଛି। ଜାହାଜରେ ଥିବା ୨୪ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨୨ ଜଣ ନିଖୋଜ ଥିବା ରିପୋର୍ଟ ମିଳିଛି।

ଘଟଣା ପରେ ସମୁଦ୍ରରେ ଆରମ୍ଭ ହୋଇଛି ବଡ଼ ଧରଣର ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ୍। ନିଖୋଜ କ୍ରୁ ସଦସ୍ୟଙ୍କୁ ଠାବ କରିବା ପାଇଁ ଭାରତୀୟ ନୌସେନା ଓ କୋଷ୍ଟଗାର୍ଡ ପକ୍ଷରୁ ତଲାସୀ ଅଭିଯାନ ଚାଲିଛି।

ପ୍ରାଥମିକ ରିପୋର୍ଟ ଅନୁସାରେ, ଜାହାଜଟି ପାରାଦୀପ ଉପକୂଳଠାରୁ ପ୍ରାୟ ୨୦୦ରୁ ୨୭୬ ନଟିକାଲ୍ ମାଇଲ୍ ଦୂରରେ ବୁଡ଼ିଛି। ତେବେ ଜାହାଜଟି କେଉଁ କାରଣରୁ ବୁଡ଼ିଲା, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ।

ସମୁଦ୍ରରେ ଚାଲିଥିବା ତଲାସୀ ଅଭିଯାନରେ ନିଖୋଜ ୨୨ ଜଣଙ୍କୁ ଶୀଘ୍ର ଠାବ କରି ସୁରକ୍ଷିତ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି।

ଘଟଣାର ପ୍ରତ୍ୟେକ ଅପଡେଟ୍ ଉପରେ SIMHANAADର ନଜର ରହିଛି।

— SIMHANAAD NEWS

Thanks for reading: ପାରାଦୀପ ଉପକୂଳରେ ଭୟଙ୍କର ଜାହାଜ ଦୁର୍ଘଟଣା: ୨ ଉଦ୍ଧାର, ୨୨ ନିଖୋଜ!, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.