ସିଂହନାଦ | ଭୁବନେଶ୍ୱର | ୭ ଅଗଷ୍ଟ ୨୦୨୬: ଓଡ଼ିଶାରେ ଦାଦନ ସମସ୍ୟା ହ୍ରାସ କରି ସ୍ଥାନୀୟ ସ୍ତରରେ ରୋଜଗାର ସୁଯୋଗ ବୃଦ୍ଧି ପାଇଁ ରାଜ୍ୟ ସରକାର ‘ପ୍ରୋଜେକ୍ଟ ବ୍ଲେସ୍’ (Project BLESS) ଆରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ଅଧୀନରେ ଜୀବିକା ବିକାଶ, ଦକ୍ଷତା ପ୍ରଶିକ୍ଷଣ ଏବଂ ଜୀବିକାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଦାଦନ ପ୍ରବଣ ଅଞ୍ଚଳର ଲୋକଙ୍କୁ ନିଜ ଅଞ୍ଚଳରେ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।
ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ CRISP (Centre for Research in Schemes and Policies) ସହ ତ୍ରିପାକ୍ଷିକ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛନ୍ତି। ପ୍ରବାସୀ ଶ୍ରମିକ ଅଧିକ ଥିବା ଜିଲ୍ଲାଗୁଡ଼ିକରେ ଦକ୍ଷତା ବିକାଶ ଏବଂ ଆୟବୃଦ୍ଧିମୂଳକ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦିଆଯିବ।
ରାଜ୍ୟ ସରକାରଙ୍କ ମତାନୁସାରେ, ଏହି ପଦକ୍ଷେପ ଦ୍ୱାରା ଦାଦନ ପ୍ରବଣ ଜିଲ୍ଲାର ଲୋକମାନଙ୍କୁ ନିଜ ଅଞ୍ଚଳରେ ସ୍ଥାୟୀ ଜୀବିକା ସୁଯୋଗ ମିଳିବା ସହ ବାଧ୍ୟତାମୂଳକ ପ୍ରବାସ ହ୍ରାସ ପାଇବ।
Thanks for reading: ଦାଦନ ରୋକିବାକୁ ଓଡ଼ିଶା ସରକାରଙ୍କ ‘ପ୍ରୋଜେକ୍ଟ ବ୍ଲେସ୍’ ଆରମ୍ଭ, Sorry, my English is bad:)

