ଭୁବନେଶ୍ୱର, ୨୧ ଅଗଷ୍ଟ ୨୦୨୬ | ସିଂହନାଦ (SIMHANAAD): ଗତ ୪୮ ଘଣ୍ଟାରେ ବଡ଼ ବର୍ଷା ନହେବାରୁ ଓଡ଼ିଶାର ବନ୍ୟା ପରିସ୍ଥିତିରେ ଶୁକ୍ରବାର କିଛିଟା ସୁଧାର ଦେଖାଦେଇଛି। ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ଅନେକ ସ୍ଥାନରେ ବିପଦସଙ୍କେତ ତଳକୁ ଖସିଥିବା ବେଳେ ବାଲେଶ୍ୱର ସମେତ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରିଲିଫ୍, ଉଦ୍ଧାର ଓ ଅତ୍ୟାବଶ୍ୟକ ସେବା ଜାରି ରହିଛି।
ସୂଚନା ଅନୁଯାୟୀ, ବନ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦୁଝର ଓ କେନ୍ଦ୍ରାପଡ଼ା ସମେତ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ବାଲେଶ୍ୱରରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କମିଥିବାରୁ ସ୍ଥିତିରେ ସୁଧାର ଆସିଛି।
ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଏବେ ମଧ୍ୟ ଅନେକ ଗାଁ ଜଳବନ୍ଦୀ ରହିଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ରନ୍ଧା ଖାଦ୍ୟ, ପାନୀୟ ଜଳ, ଖାଦ୍ୟ ସାମଗ୍ରୀ, ପଶୁ ଖାଦ୍ୟ ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।
ଅନ୍ୟପକ୍ଷରେ, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ପୁଣି ବର୍ଷାର ସମ୍ଭାବନା ଥିବାରୁ ପ୍ରଶାସନକୁ ସତର୍କ ରହିବାକୁ ପଡ଼ିବ। ବିଶେଷକରି ବୈତରଣୀ ନଦୀର ଜଳସ୍ତର ବଢ଼ୁଥିବାରୁ ଯାଜପୁର ଓ କେନ୍ଦ୍ରାପଡ଼ାର କିଛି ଅଞ୍ଚଳ ଉପରେ ନଜର ରଖାଯାଇଛି।
Thanks for reading: ଓଡ଼ିଶାରେ ବନ୍ୟା ପରିସ୍ଥିତିରେ ସୁଧାର, ନଦୀ ଜଳସ୍ତର କମୁଛି, Sorry, my English is bad:)

