ଭୁବନେଶ୍ୱର, ୧୯ ଅଗଷ୍ଟ ୨୦୨୬ | ସିଂହନାଦ (SIMHANAAD): ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବିଦେଶରେ ଉଚ୍ଚଶିକ୍ଷା ପାଇଁ ସୁଯୋଗ ଦେବା ଲକ୍ଷ୍ୟରେ ଓଡ଼ିଶା ସରକାର ‘ବିଦେଶ ଶିକ୍ଷା ବୃତ୍ତି’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ପୋଷ୍ଟ ଗ୍ରାଜୁଏଟ୍ ଓ ପିଏଚ୍ଡି ପାଠ୍ୟକ୍ରମ ପାଇଁ ପ୍ରତିବର୍ଷ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ଚୟନିତ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ସର୍ବାଧିକ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ।
ଯୋଜନା ଅନୁସାରେ ଟ୍ୟୁସନ୍ ଫି ପାଇଁ ସର୍ବାଧିକ ୧୫ ଲକ୍ଷ ଟଙ୍କା, ଜୀବନଯାପନ ଖର୍ଚ୍ଚ ପାଇଁ ୭ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରହିଛି।
ବିଦେଶର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ହାସଲ କରିବାକୁ ଇଚ୍ଛୁକ ଯୋଗ୍ୟ SC/ST ଛାତ୍ରଛାତ୍ରୀଙ୍କ ପାଇଁ ଏହି ଯୋଜନା ଏକ ବଡ଼ ସୁଯୋଗ ଭାବେ ଦେଖାଯାଉଛି। ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି।
ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‘Bidesh Sikhyabruti’ ଯୋଜନା ପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ପ୍ରକାଶ କରାଯାଇଛି।
Thanks for reading: ବିଦେଶ ଶିକ୍ଷା ପାଇଁ ଏସ୍ସି-ଏସ୍ଟି ଛାତ୍ରଛାତ୍ରୀଙ୍କୁ ବଡ଼ ସୁଯୋଗ, Sorry, my English is bad:)

