ଭବାନୀପାଟଣା, ୧୫ ଅଗଷ୍ଟ ୨୦୨୬ | ସିଂହନାଦ (SIMHANAAD): ୮୦ତମ ସ୍ୱାଧୀନତା ଦିବସ ଅବସରରେ କଳାହାଣ୍ଡିର ସ୍ଥାନୀୟ ୪ର୍ଥ ଶ୍ରେଣୀ କର୍ମଚାରୀ ଭବନଠାରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ୧୩୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି, କଳାହାଣ୍ଡି ଓ ଶ୍ରୀ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର କମିଟି, ପୁରୁଣାପଡ଼ାର ମିଳିତ ଆୟୋଜନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।
ଶିବିରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସଦର ବିଧାୟକ ଶ୍ରୀ ସାଗର ଚରଣ ଦାସ, ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଷୀ, କଳାହାଣ୍ଡି ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦେଇଥିଲେ।
ରକ୍ତଦାନ ଶିବିରରେ ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ, ସରକାରୀ କର୍ମଚାରୀ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉତ୍ସାହର ସହ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ଫଳରେ ଶିବିରରୁ ୧୩୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।
ଶିବିର ପରିଚାଳନାରେ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତିର କର୍ମକର୍ତ୍ତା ଏବଂ ବାଲୁଙ୍କେଶ୍ୱର ମନ୍ଦିର କମିଟି, ପୁରୁଣାପଡ଼ାର କର୍ମକର୍ତ୍ତାମାନେ ସକ୍ରିୟ ଭୂମିକା ନେଇଥିଲେ। ଶିବିର ସଫଳ କରିବାରେ ସଦର ବିଧାୟକଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ସହଯୋଗ କରିଥିଲେ।
ସ୍ୱାଧୀନତା ଦିବସରେ ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ଆୟୋଜକମାନେ ମାନବସେବା ଓ ସାମାଜିକ ଦାୟିତ୍ୱର ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି।
Thanks for reading: ସ୍ୱାଧୀନତା ଦିବସରେ ରକ୍ତଦାନର ମହାଅଭିଯାନ: ୧୩୩ ୟୁନିଟ୍ ରକ୍ତ ସଂଗ୍ରହ, Sorry, my English is bad:)

