କଳାହାଣ୍ଡି, ୨୩ ଅଗଷ୍ଟ ୨୦୨୬: ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବାବେଳେ ଆସନ୍ତା ୨୪ ଅଗଷ୍ଟ ପାଇଁ ମଧ୍ୟ ଭାରୀ ବର୍ଷାର ଚେତାବନୀ ରହିଛି। ଭାରତୀୟ ପାଣିପାଗ ବିଭାଗ ରବିବାର କଳାହାଣ୍ଡି ସମେତ ୫ଟି ଜିଲ୍ଲା ପାଇଁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି।
ଗତ ୨୪ ଘଣ୍ଟାରେ ଥୁଆମୂଳ ରାମପୁରରେ ୩୪୫ ମିମି ବର୍ଷା ରେକର୍ଡ ହୋଇଛି। ଜୟପାଟଣାରେ ମଧ୍ୟ ୨୦୦ ମିମି ବର୍ଷା ହୋଇଥିବା ଏସ୍ଆର୍ସି କାର୍ଯ୍ୟାଳୟର ତଥ୍ୟ ଆଧାରରେ ରିପୋର୍ଟ ପ୍ରକାଶ ପାଇଛି।
ପ୍ରବଳ ବର୍ଷାରେ ଇନ୍ଦ୍ରାବତୀ ନଦୀର ଜଳସ୍ତର ବଢ଼ିବା ସହ ଥୁଆମୂଳ ରାମପୁରରେ ସାଧାରଣ ଜୀବନ ଓ ସଡ଼କ ଯୋଗାଯୋଗ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ, ହାତୀ ନଦୀରେ ଜଳସ୍ତର ବଢ଼ି ଜୟପାଟଣା-କଲମପୁର ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ପରୁଆଗୁଡ଼ା ଅଞ୍ଚଳର ପ୍ରାୟ ୨୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ରିପୋର୍ଟ ରହିଛି।
ଆଇଏମ୍ଡିର ଆକଳନ ଅନୁଯାୟୀ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ୨୬ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିପାରେ। ତେଣୁ ନଦୀକୂଳ, ତଳିଆ ଓ ପାହାଡ଼ିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ଆବଶ୍ୟକ।
Thanks for reading: କଳାହାଣ୍ଡିରେ ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା, ରେଡ୍ ୱାର୍ଣ୍ଣିଂ ଜାରି, Sorry, my English is bad:)

