ଭବାନୀପାଟଣା, ୧୫ ଅଗଷ୍ଟ ୨୦୨୬ | ସିଂହନାଦ (SIMHANAAD): ଦେଶପ୍ରେମ ଓ ଜାତୀୟ ଚେତନାର ଭାବନାରେ ଭବାନୀପାଟଣାସ୍ଥିତ ପ୍ରାଥମିକ ଶିକ୍ଷକ ଭବନରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ADEO) ଶ୍ରୀ ହେମସାଗର ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ସ୍ୱାଧୀନତା ଦିବସ ପାଳନ ଅବସରରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସଭାପତି ଶ୍ରୀ ଧୀରେନ୍ଦ୍ର କୁମାର ପଟ୍ଟନାଏକ ଏବଂ ରାଜ୍ୟ ଜୋନାଲ ସେକ୍ରେଟାରୀ ଶ୍ରୀ ବୀରେନ୍ଦ୍ର ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ଶିକ୍ଷକମାନଙ୍କୁ ସ୍ୱାଧୀନତାର ମହତ୍ତ୍ୱ, ଦେଶର ଏକତା ଓ ଅଖଣ୍ଡତା ସହ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ନେଇ ଉଦ୍ବୋଧନ ଦେଇଥିଲେ।
ଶିକ୍ଷାର ବିକାଶ ପାଇଁ କର୍ତ୍ତବ୍ୟନିଷ୍ଠ ହେବାକୁ ଆହ୍ୱାନ
କାର୍ଯ୍ୟକ୍ରମରେ ଦେଶର ଏକତା, ଅଖଣ୍ଡତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଶିକ୍ଷାର ବିକାଶ ପାଇଁ ସମସ୍ତେ ନିଜ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ହେବାକୁ ଆହ୍ୱାନ ଦିଆଯାଇଥିଲା। ଭବିଷ୍ୟତ ପିଢ଼ିକୁ ଦେଶପ୍ରେମ, ଶୃଙ୍ଖଳା ଓ ମାନବୀୟ ମୂଲ୍ୟବୋଧରେ ଗଢ଼ି ତୋଳିବାରେ ଶିକ୍ଷକ ସମାଜର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଥିଲା।
ବହୁ ଶିକ୍ଷକ ଓ ସଂଘ କର୍ମକର୍ତ୍ତାଙ୍କ ଯୋଗଦାନ
ଏହି ଅବସରରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଅଜିତ କୁମାର ନାୟକ, କାର୍ଯ୍ୟକାରୀ ସଭାପତି ଶ୍ରୀ ଉପେନ୍ଦ୍ର ପଧାନ, କୋଷାଧ୍ୟକ୍ଷ ଶ୍ରୀ ତପନ କୁମାର ବେହେରା, ସଦର ବ୍ଲକ ସଭାପତି ଶ୍ରୀ ମଧୁସୂଦନ ପ୍ରଧାନ, ସଦର ବ୍ଲକ ସମ୍ପାଦକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ହୋତା, ଜିଲ୍ଲା କୋର କମିଟି ସଦସ୍ୟ ଶ୍ରୀ ଜଗଦିଶ ପାଣି, ଶ୍ରୀ ଅମରେନ୍ଦ୍ର ପଟ୍ଟନାଏକ, ଶ୍ରୀ ଯୋଗେଶ୍ୱର ମିଶ୍ର, ଶ୍ରୀ ଶ୍ରୀନିବାସ ଆଚାରୀ, ଶ୍ରୀ ଅରୁଣ ବିଶୋଇ, ଶ୍ରୀ ତ୍ରିନାଥ, ଶ୍ରୀ ଶ୍ୟାମକୁମାର ଓ ଶ୍ରୀ କାଳିଆ ରଥଙ୍କ ସମେତ ସଂଘର ବହୁ କର୍ମକର୍ତ୍ତା ଓ ଶିକ୍ଷକ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥି ଶ୍ରୀ ହେମସାଗର ମହାନନ୍ଦ ମହାନ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ଏ.ପି.ଜେ. ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥିସହ ସ୍ୱାଧୀନତା ସଂଗ୍ରାମୀ ଓ ବୀର ସହିଦମାନଙ୍କ ଅବଦାନକୁ ସ୍ମରଣ କରି ସେମାନଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରାଯାଇଥିଲା।
Thanks for reading: ଭବାନୀପାଟଣାରେ ଧୁମ୍ଧାମରେ ପାଳିତ ୮୦ତମ ସ୍ୱାଧୀନତା ଦିବସ, Sorry, my English is bad:)


