ଭବାନୀପାଟଣା, ୧୫/୮ (ସିଂହନାଦ): ଦେଶପ୍ରେମ ଓ ଜାତୀୟତାର ଭାବନାରେ ମୁଖରିତ ହୋଇଥିଲା ଭବାନୀପାଟଣା ଜାମା ମସ୍ଜିଦ୍ ପରିସରସ୍ଥିତ ମଦର୍ଶା ହବିବୁଲ୍ ମଦାରିସ୍। ଏଠାରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଥିଲା। ମଦର୍ଶାର ସଭାପତି ଜନାବ ସମିମ୍ ଏହେମଦ୍ ଖାନ୍ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସକାଳ ୮ଟାରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ଏସ୍ସିଏସ୍ଓ ଶ୍ରୀ ଅତା ମହମ୍ମଦ ହବିବି ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ପତାକା ଉତ୍ତୋଳନ ପରେ ଉପସ୍ଥିତ ସମସ୍ତେ ଏକସ୍ୱରରେ ଜାତୀୟ ସଙ୍ଗୀତ ଗାନ କରି ଦେଶ ପ୍ରତି ନିଜର ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ। ପରେ ସ୍ୱାଧୀନତା ଦିବସର ଖୁସିକୁ ସମସ୍ତଙ୍କ ସହ ବାଣ୍ଟିବା ଉଦ୍ଦେଶ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଜାମା ମସ୍ଜିଦ୍ର ସଭାପତି ଶ୍ରୀ ଆୟୁଅଲ୍ଲି ଖାଁ, ଅବ୍ଦୁଲ ଅଜ୍ଜିଜ୍ ଖାଁ, ମହମ୍ମଦ ଜାବେଦ୍, ମହମ୍ମଦ ରିଆଜ୍, ସେକ୍ ଇବ୍ରାହିମ୍ ମହମ୍ମଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
ସ୍ୱାଧୀନତା ଦିବସ ଅବସରରେ ମଦର୍ଶା ପରିସରରେ ଜାତୀୟ ଏକତା, ଭାଇଚାରା ଓ ଦେଶପ୍ରେମର ବାର୍ତ୍ତା ପ୍ରତିଫଳିତ ହୋଇଥିଲା।
Thanks for reading: ଦେଶପ୍ରେମରେ ମୁଖରିତ ମଦର୍ଶା ପରିସର: ଭବାନୀପାଟଣା ଜାମା ମସ୍ଜିଦ୍ରେ ୮୦ତମ ସ୍ୱାଧୀନତା ଦିବସ ପାଳିତ, Sorry, my English is bad:)

