୫ ଓ ୬ ଅଗଷ୍ଟ ପାଇଁ IMDର ଚେତାବନୀ
ଭୁବନେଶ୍ୱର, ୪/୮: ଓଡ଼ିଶାରେ ଆସନ୍ତା ଦୁଇଦିନ ଅତିଭାରୀ ବର୍ଷା ହେବାର ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗର ୪ ଅଗଷ୍ଟର ଚେତାବନୀ ଅନୁଯାୟୀ, ୫ ଓ ୬ ଅଗଷ୍ଟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅତିଭାରୀ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ହୋଇପାରେ।
୪ ଅଗଷ୍ଟରେ ମଧ୍ୟ ଭାରୀ ବର୍ଷା ସହ ବଜ୍ରପାତ ଓ ଝଡ଼ ପବନର ସମ୍ଭାବନା ରହିଛି। ୭ ଓ ୮ ଅଗଷ୍ଟରେ ମଧ୍ୟ ରାଜ୍ୟରେ ଭାରୀ ବର୍ଷା ଜାରି ରହିପାରେ।
ବର୍ଷା ଓ ବଜ୍ରପାତ ସମୟରେ ଲୋକଙ୍କୁ ସତର୍କ ରହିବା ସହ ପାଣିପାଗ ବିଭାଗର ନୂଆ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।
ସୂଚନା: ଭାରତୀୟ ପାଣିପାଗ ବିଭାଗ (IMD)
SIMHANAAD NEWS
Thanks for reading: ଓଡ଼ିଶାରେ ଅତିଭାରୀ ବର୍ଷା ଆଶଙ୍କା, Sorry, my English is bad:)

