ଭବାନୀପାଟଣା | ୧ ଅଗଷ୍ଟ ୨୦୨୬ | ସିଂହନାଦ: ଦୀର୍ଘ ଶିକ୍ଷକତା ଜୀବନର ଅନ୍ତିମ ପର୍ଯ୍ୟାୟରେ ଭବ୍ୟ ସମ୍ମାନ ସହ ବିଦାୟ ନେଲେ ଭବାନୀପାଟଣା ସରକାରୀ ଟାଉନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋରେଖ ଚନ୍ଦ୍ର ସାହୁ। ତାଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଗରିମାମୟ ପରିବେଶରେ ଆୟୋଜିତ ହୋଇଯାଇଛି।
ସଭାରେ ତପିମଣି ଯାନୀ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନନ୍ଦା ପଣ୍ଡା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୀନକୃଷ୍ଣ ଯୋଷୀ, ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀ ସବିତା ପଟ୍ଟନାୟକ, ଶ୍ୟାମସୁନ୍ଦର ଶର୍ମା, କ୍ରୀଡ଼ା ଶିକ୍ଷା ନିରୀକ୍ଷକ ରୂପ ସିଂ ରାଉତ ଓ ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ।
ସଭାରେ ବକ୍ତାମାନେ ଶ୍ରୀ ସାହୁଙ୍କ ଶିକ୍ଷା ପ୍ରତି ସମର୍ପଣ, ବିଦ୍ୟାଳୟ ପ୍ରତି ଦାୟିତ୍ୱବୋଧ ଓ ଛାତ୍ରଛାତ୍ରୀଙ୍କ ପ୍ରତି ଅବଦାନକୁ ସ୍ମରଣ କରିଥିଲେ। ଅବସର ଏକ ଯାତ୍ରାର ସମାପ୍ତି ହେଲେ ମଧ୍ୟ ତାଙ୍କ ଶିକ୍ଷାଦାନର ସ୍ମୃତି ବିଦ୍ୟାଳୟ ପରିବାରରେ ସବୁବେଳେ ରହିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
ସଭା ପରିଚାଳନା କରିଥିଲେ ସରିତା ରାଣୀ ରଥ। ତାଙ୍କୁ ଧର୍ମେନ୍ଦ୍ର ପ୍ରଧାନ, ରବି କାନୁନଗୋ ଓ ସୁକାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ।
ସିଂହନାଦ | ଭବାନୀପାଟଣା
Thanks for reading: ଅବସରର ମୁହୂର୍ତ୍ତରେ ସମ୍ମାନର ବର୍ଷା; ଗୋରେଖ ଚନ୍ଦ୍ର ସାହୁଙ୍କୁ ଭବ୍ୟ ବିଦାୟ, Sorry, my English is bad:)


