ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ଆକାଶମାର୍ଗରେ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

 


ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝରରେ ବନ୍ୟା ସ୍ଥିତି ଅନୁଧ୍ୟାନ କାର୍ଯ୍ୟକ୍ରମ

ସିଂହନାଦ | ୧ ଅଗଷ୍ଟ ୨୦୨୬

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ ଆଜି ବନ୍ୟା ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରେ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଉପରେ ଆକାଶମାର୍ଗରେ ସର୍ଭେ କରି ସ୍ଥିତି ଅନୁଧ୍ୟାନ କରିବେ।

ଲଗାତାର ବର୍ଷା ଓ ନଦୀଗୁଡ଼ିକରେ ବଢ଼ୁଥିବା ଜଳସ୍ତର ଯୋଗୁଁ ରାଜ୍ୟର ଏକାଧିକ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏହି ପରିସ୍ଥିତିରେ କ୍ଷୟକ୍ଷତି ଓ ରିଲିଫ୍ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ସର୍ଭେ ଗୁରୁତ୍ୱ ବହନ କରୁଛି।

ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରଶାସନକୁ ସଜାଗ ରଖାଯାଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ତଳିଆ ଅଞ୍ଚଳ ଉପରେ ନଜର ରଖାଯାଉଛି।

Thanks for reading: ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ଆକାଶମାର୍ଗରେ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.