ଭୁବନେଶ୍ୱର, ୪/୮: ରାଜ୍ୟର ୪ଟି ପ୍ରମୁଖ ହାଇୱେରେ ଅଗଷ୍ଟ ୧ରୁ ଇଣ୍ଟେଲିଜେଣ୍ଟ ଏନ୍ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (IEMS) ଆଧାରିତ ଇ-ଚାଲାଣ ବ୍ୟବସ୍ଥା ଲାଗୁ ହୋଇଛି। ମଙ୍ଗୁଳି-ସମ୍ବଲପୁର, ସମ୍ବଲପୁର-ରାଉରକେଲା, ବ୍ରହ୍ମପୁର-ତପ୍ତପାଣି ଓ ବ୍ରହ୍ମପୁର-ଭଞ୍ଜନଗର ରାସ୍ତାରେ ଏହି ବ୍ୟବସ୍ଥାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଚିହ୍ନଟ କରାଯାଉଛି।
IEMS ମାଧ୍ୟମରେ ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା, ଦୁଇଚକିଆରେ ଟ୍ରିପଲ୍ ରାଇଡିଂ, ହେଲମେଟ୍ ନ ପିନ୍ଧିବା ଓ ରଙ୍ଗ୍ ସାଇଡ୍ରେ ଗାଡ଼ି ଚଳାଇବା ଭଳି ନିୟମ ଉଲ୍ଲଂଘନ ଚିହ୍ନଟ ହେବ। ଉଲ୍ଲଂଘନ ଧରାପଡ଼ିଲେ ଅଟୋମେଟେଡ୍ ଭାବେ ଇ-ଚାଲାଣ ଜାରି ହେବ।
ମଙ୍ଗୁଳି-ସମ୍ବଲପୁର ଓ ସମ୍ବଲପୁର-ରାଉରକେଲା ଭଳି ଚାରି ଲେନ୍ ରାସ୍ତାରେ ଦୁଇଚକିଆ ପାଇଁ ୬୦ କିମି, ହାଲୁକା ଯାନ ପାଇଁ ୧୦୦ କିମି ଓ ଭାରୀ ଯାନ ପାଇଁ ୮୦ କିମି ପ୍ରତିଘଣ୍ଟା ବେଗ ସୀମା ରହିଛି। ବ୍ରହ୍ମପୁର-ତପ୍ତପାଣି ଓ ବ୍ରହ୍ମପୁର-ଭଞ୍ଜନଗର ରାସ୍ତାରେ ଦୁଇଚକିଆ ପାଇଁ ୫୦ କିମି ଏବଂ ହାଲୁକା ଓ ଭାରୀ ଯାନ ପାଇଁ ୬୦ କିମି ପ୍ରତିଘଣ୍ଟା ବେଗ ସୀମା ରହିଛି।
SIMHANAAD NEWS
Thanks for reading: ୪ ହାଇୱେରେ ଇ-ଚାଲାଣ ଲାଗୁ, Sorry, my English is bad:)



