ଟୋକିଓ: ବିଶ୍ୱର ସବୁଠାରୁ ଦ୍ରୁତଗତି ରେଳ ସେବାକୁ ବାସ୍ତବ ରୂପ ଦେବା ଦିଗରେ ଜାପାନ ବଡ଼ ପଦକ୍ଷେପ ନେଇଛି। ଦୀର୍ଘଦିନ ଧରି ଅଟକି ରହିଥିବା ଚୁଓ ଶିଙ୍କାନସେନ୍ (Maglev) ପ୍ରକଳ୍ପର ଗୁରୁତ୍ୱପୂର୍ଣ୍ଣ ଅଂଶକୁ ସବୁଜ ସଙ୍କେତ ମିଳିବା ପରେ ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିବ।
ଏହି ଅତ୍ୟାଧୁନିକ ମ୍ୟାଗଲେଭ୍ ଟ୍ରେନ୍ ଘଣ୍ଟାପ୍ରତି ପ୍ରାୟ ୫୦୦ କିଲୋମିଟର ବେଗରେ ଚଳାଚଳ କରିବ। ଏହା ଚାଲୁ ହେଲେ ଟୋକିଓର ଶିନାଗାୱା ଷ୍ଟେସନରୁ ନାଗୋୟା ପର୍ଯ୍ୟନ୍ତ ପ୍ରାୟ ୨୮୬ କିଲୋମିଟର ଦୂରତାକୁ ମାତ୍ର ୪୦ ମିନିଟ୍ ମଧ୍ୟରେ ଅତିକ୍ରମ କରିହେବ, ଯାହା ବର୍ତ୍ତମାନର ବୁଲେଟ୍ ଟ୍ରେନ୍ ତୁଳନାରେ ବହୁତ କମ୍ ସମୟ ନେବ।
ପରିବେଶଗତ ଚିନ୍ତାକୁ ନେଇ ପ୍ରକଳ୍ପଟି ବର୍ଷଧରି ବିଳମ୍ବିତ ହୋଇଥିଲା। ସମ୍ପ୍ରତି ସମ୍ପୃକ୍ତ ପ୍ରଶାସନିକ ଅନୁମୋଦନ ମିଳିବା ପରେ ନିର୍ମାଣ ପୁଣିଥରେ ଗତି ପାଇଛି। ଜାପାନ ସରକାର ଓ ଜେଆର୍ ସେଣ୍ଟ୍ରାଲ୍ର ଲକ୍ଷ୍ୟ ହେଉଛି ଏହି ପ୍ରକଳ୍ପ ମାଧ୍ୟମରେ ଦେଶର ଉଚ୍ଚଗତି ରେଳ ପରିବହନ ବ୍ୟବସ୍ଥାକୁ ବିଶ୍ୱରେ ଏକ ନୂଆ ସ୍ତରକୁ ନେବା।
Thanks for reading: ୫୦୦ କି.ମି./ଘଣ୍ଟା ବେଗରେ ଦୌଡ଼ିବ ଟ୍ରେନ୍, ୪୦ ମିନିଟ୍ରେ ଶେଷ ହେବ ଯାତ୍ରା, Sorry, my English is bad:)

