ଜୁଲାଇ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି

 


ଅନଲାଇନ୍ ପଞ୍ଜୀକରଣ ପରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରଖିପାରିବେ ଅଭିଯୋଗ

ଭୁବନେଶ୍ୱର, ୨୧ ଜୁଲାଇ (ସିଂହନାଦ ବ୍ୟୁରୋ): ରାଜ୍ୟର ସାଧାରଣ ଲୋକଙ୍କ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୭ ଜୁଲାଇ (ସୋମବାର) ଭୁବନେଶ୍ୱରରେ ଜନଶୁଣାଣି କରିବେ। ସକାଳ ୮ଟାରୁ ୟୁନିଟ୍–୨ ଅଶୋକ ନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସର (କ୍ୟାପିଟାଲ ନର୍ସରୀ ନିକଟରେ)ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସରକାରଙ୍କ ସୂଚନା ଅନୁଯାୟୀ, ଏହି ଜନଶୁଣାଣିରେ ଯୋଗଦେବାକୁ ଇଚ୍ଛୁକ ବ୍ୟକ୍ତିମାନେ ୨୨ ଜୁଲାଇ ସକାଳ ୧୧ଟାରୁ ଜନଶୁଣାଣି ପୋର୍ଟାଲ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଅନଲାଇନ୍ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପରେ ଅଭିଯୋଗକାରୀଙ୍କୁ ପଞ୍ଜୀକରଣ ରସିଦ, ବୈଧ ପରିଚୟପତ୍ର ଏବଂ ଲିଖିତ ଅଭିଯୋଗପତ୍ର ସହ ଜନଶୁଣାଣି ସ୍ଥଳରେ ଉପସ୍ଥିତ ରହିବାକୁ ପଡ଼ିବ।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ମାଧ୍ୟମରେ ସାଧାରଣ ଲୋକଙ୍କୁ ବିନା ମଧ୍ୟସ୍ଥତାରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜର ସମସ୍ୟା ଓ ଅଭିଯୋଗ ଉପସ୍ଥାପନ କରିବାର ସୁଯୋଗ ମିଳିବ। ପ୍ରଶାସନିକ ସେବାକୁ ଅଧିକ ଜନମୁଖୀ ଏବଂ ଉତ୍ତରଦାୟୀ କରିବା ଦିଗରେ ଏହାକୁ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି କୁହାଯାଉଛି।

Thanks for reading: ଜୁଲାଇ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.