ଆସାମରେ ଲଗାତାର ବର୍ଷା ଓ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ସରକାରୀ ସୂଚନା ଅନୁସାରେ, ଚଳିତ ବର୍ଷର ବନ୍ୟାରେ ୬୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫.୨୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟର ଶହ ଶହ ଗାଁ ଜଳମଗ୍ନ ହୋଇଥିବାବେଳେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରଦାର ଭାବେ ଚାଲିଛି।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ASDMA) ପକ୍ଷରୁ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଶିବିର ଖୋଲାଯାଇଛି। ବହୁ ପରିବାର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଥିବାବେଳେ କୃଷିଜମି, ସଡ଼କ ଓ ଜନଜୀବନ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।
ଏପରିସ୍ଥିତିରେ ବନ୍ୟାର ସ୍ଥାୟୀ ସମାଧାନ ପାଇଁ ବିଭିନ୍ନ ମହଳରୁ ଦାବି ଉଠିଥିବାବେଳେ ରାଜ୍ୟ ସରକାର ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Thanks for reading: ଆସାମରେ ବନ୍ୟାର ତାଣ୍ଡବ: ମୃତ୍ୟୁ ସଂଖ୍ୟା ୬୮, ୫.୨୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, Sorry, my English is bad:)

