କଳାହାଣ୍ଡିକୁ ରେଡ୍ ଆଲର୍ଟ: ପ୍ରବଳ ବର୍ଷା ଆଶଙ୍କା, ସତର୍କ ରହିବାକୁ ପରାମର୍ଶ

 ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପାଇଁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି। ଆସନ୍ତା କିଛି ସମୟ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

କୋକସରା ସମେତ ଜିଲ୍ଲାର ବିଭିନ୍ନ ବ୍ଲକରେ ଅଧିକ ବର୍ଷା ଯୋଗୁଁ ଜଳବନ୍ଦୀ, ନଦୀ ଓ ନାଳର ଜଳସ୍ତର ବୃଦ୍ଧି ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଛି। ଏପରି ପରିସ୍ଥିତିରେ ନିମ୍ନାଞ୍ଚଳବାସୀଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପରାମର୍ଶ ଦେଇଛି।

ଅତ୍ୟାବଶ୍ୟକ କାର୍ଯ୍ୟ ନଥିଲେ ଘରୁ ବାହାରକୁ ନଯିବା, ନଦୀ ଓ ନାଳ ଅତିକ୍ରମ ନକରିବା ଏବଂ ପାଣିପାଗ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସୂଚନା ଉପରେ ନଜର ରଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବନ୍ୟା ଓ ଜରୁରୀ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଥିବା ସୂଚନା ମିଳିଛି।

Thanks for reading: କଳାହାଣ୍ଡିକୁ ରେଡ୍ ଆଲର୍ଟ: ପ୍ରବଳ ବର୍ଷା ଆଶଙ୍କା, ସତର୍କ ରହିବାକୁ ପରାମର୍ଶ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.