କଳାହାଣ୍ଡି ଜିଲ୍ଲାର ଉଚ୍ଚଶିକ୍ଷା କ୍ଷେତ୍ର ପାଇଁ ଏକ ଐତିହାସିକ ସଫଳତା ମିଳିଛି। କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରି 'ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ' ରଖିବା ପ୍ରସ୍ତାବକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ପକ୍ଷରୁ ଅନୁମୋଦନ ମିଳିଛି। ଏହା ସହିତ ବିଶ୍ୱବିଦ୍ୟାଳୟ ନୂତନ ନାମରେ ଶିକ୍ଷାଗତ ଓ ପ୍ରଶାସନିକ କାର୍ଯ୍ୟକଳାପ ଆଗକୁ ବଢ଼ାଇବାର ପଥ ସୁଗମ ହୋଇଛି।
କଳାହାଣ୍ଡି ଜିଲ୍ଲାର ଆରାଧ୍ୟ ଦେବୀ ମା' ମାଣିକେଶ୍ୱରୀଙ୍କ ନାମରେ ବିଶ୍ୱବିଦ୍ୟାଳୟର ନାମକରଣ ପାଇଁ ରାଜ୍ୟ ସରକାର ପୂର୍ବରୁ ପଦକ୍ଷେପ ନେଇଥିଲେ। ଦୀର୍ଘଦିନ ଧରି UGC ସ୍ତରରେ ବିଚାରାଧୀନ ଥିବା ପ୍ରସ୍ତାବକୁ ଶେଷରେ ସବୁଜ ସଙ୍କେତ ମିଳିଛି।
ଏହି ଅନୁମୋଦନ ପରେ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ, ମାର୍କଶିଟ୍, ଡିଗ୍ରୀ ଏବଂ ଅନ୍ୟାନ୍ୟ ସରକାରୀ ଦଲିଲରେ 'ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ' ନାମ ବ୍ୟବହୃତ ହେବ। ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ନୂଆ ନାମ ସମ୍ବନ୍ଧୀୟ ସୂଚନା ଜାରି କରାଯାଇଛି।
ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ଜିଲ୍ଲାବାସୀ ଏହାକୁ କଳାହାଣ୍ଡିର ସାଂସ୍କୃତିକ ପରିଚୟ ଓ ଗୌରବ ସହ ଜଡ଼ିତ ଏକ ଐତିହାସିକ ପଦକ୍ଷେପ ବୋଲି ସ୍ୱାଗତ କରିଛନ୍ତି। ଏହି ନାମକରଣ ଦ୍ୱାରା କଳାହାଣ୍ଡିର ପରମ୍ପରା ଓ ଐତିହ୍ୟ ଜାତୀୟ ସ୍ତରରେ ଆହୁରି ସୁଦୃଢ଼ ପରିଚୟ ପାଇବ ବୋଲି ଆଶା ପ୍ରକାଶ ପାଇଛି।
Thanks for reading: କଳାହାଣ୍ଡିର ଗୌରବ ବଢ଼ିଲା: 'ମା' ମାଣିକେଶ୍ୱରୀ' ନାମକୁ UGCର ମୋହର, Sorry, my English is bad:)


