ଧର୍ମଗଡ଼ରେ ପୋଲିସର ବଡ଼ ସଫଳତା: ୪ ଚୋର ଗିରଫ, ୭୮ ଗ୍ରାମ ସୁନା ଓ ₹୪.୪୨ ଲକ୍ଷ ନଗଦ ଜବତ

 ଧର୍ମଗଡ଼, ୫ ଜୁଲାଇ: କଳାହାଣ୍ଡି ଜିଲ୍ଲା ପୋଲିସକୁ ଚୋରି ମାମଲାରେ ଏକ ବଡ଼ ସଫଳତା ମିଳିଛି। ଧର୍ମଗଡ଼ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଘଟିଥିବା କ୍ରମାଗତ ଚୋରି ଘଟଣାର ତଦନ୍ତ ସମୟରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୭୮ ଗ୍ରାମ ସୁନା ଅଳଙ୍କାର, ₹୪.୪୨ ଲକ୍ଷ ନଗଦ ଟଙ୍କା ସହ ବିଭିନ୍ନ ଚୋରି ସାମଗ୍ରୀ ଜବତ କରାଯାଇଛି। ଏହା ନିକଟ ଅତୀତରେ ଜିଲ୍ଲାର ଏକ ବଡ଼ ଚୋରି ଗ୍ୟାଙ୍ଗ ବିରୋଧୀ କାର୍ଯ୍ୟାନୁଷ୍ଠାନ ବୋଲି ପୋଲିସ କହିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗିରଫ ଅଭିଯୁକ୍ତମାନେ ଗୋଲାମୁଣ୍ଡା, କୋକସରା ଓ କେଗାଁ ଅଞ୍ଚଳରେ ଘଟିଥିବା ଏକାଧିକ ଚୋରି ଘଟଣାରେ ସମ୍ପୃକ୍ତ ଥିଲେ। ପୋଲିସ ସେମାନଙ୍କୁ ଅଧିକ ପଚରାଉଚରା କରୁଥିବା ବେଳେ, ଆହୁରି କିଛି ଅନସମାଧାନ ଚୋରି ମାମଲାର ରହସ୍ୟ ଉନ୍ମୋଚନ ହେବାର ସମ୍ଭାବନା ରହିଛି।

ଏହି ସଫଳ ଅଭିଯାନ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଥିବା ବେଳେ, ଚୋରି ଘଟଣା ଉପରେ କଡ଼ା ଅଙ୍କୁଶ ଲାଗିବ ବୋଲି ଆଶା କରାଯାଉଛି।

Thanks for reading: ଧର୍ମଗଡ଼ରେ ପୋଲିସର ବଡ଼ ସଫଳତା: ୪ ଚୋର ଗିରଫ, ୭୮ ଗ୍ରାମ ସୁନା ଓ ₹୪.୪୨ ଲକ୍ଷ ନଗଦ ଜବତ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.