🕯️ ଆଦର୍ଶ ଶିକ୍ଷକ ଶ୍ରୀ ଯୋଗେଶ୍ୱର ମଙ୍ଗରାଜଙ୍କ ପରଲୋକ

 ଶୋକରେ ବୁଡ଼ିଲା ବନିଯୋରା ଗ୍ରାମ, ଅଞ୍ଚଳରେ ଶୋକର ଛାୟା

ଜୁନାଗଡ଼, ୧୨ ଜୁଲାଇ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବନିଯୋରା ଗ୍ରାମର ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଯୋଗେଶ୍ୱର ମଙ୍ଗରାଜଙ୍କର ୧୧ ଜୁଲାଇ ୨୦୨୬ ରାତ୍ରି ପ୍ରାୟ ୧୧ଟା ସମୟରେ ନିଜ ବାସଭବନରେ ପରଲୋକ ଘଟିଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବନିଯୋରା ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି।

୧୫ ଏପ୍ରିଲ ୧୯୪୪ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମଙ୍ଗରାଜ ଜଣେ ନିଷ୍ଠାବାନ, ସରଳ ଓ ଆଦର୍ଶ ଶିକ୍ଷକ ଭାବେ ପରିଚିତ ଥିଲେ। ଶିକ୍ଷକ ଜୀବନରେ ସେ ଅନେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ସହ ସୁନାଗରିକ ଭାବେ ଗଢ଼ି ତୋଳିବାରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ। ତାଙ୍କ ସରଳ ବ୍ୟବହାର ଓ ମାନବିକତା ପାଇଁ ସେ ସମସ୍ତଙ୍କ ପ୍ରିୟ ଥିଲେ।

ତାଙ୍କ ବିୟୋଗରେ ପରିବାରବର୍ଗ, ସମ୍ପର୍କୀୟ, ପୂର୍ବତନ ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସିଂହନାଦ ପରିବାର ପକ୍ଷରୁ ସ୍ୱର୍ଗତ ଶ୍ରୀ ଯୋଗେଶ୍ୱର ମଙ୍ଗରାଜଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି। ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ପରମପିତା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯାଇଛି।

Thanks for reading: 🕯️ ଆଦର୍ଶ ଶିକ୍ଷକ ଶ୍ରୀ ଯୋଗେଶ୍ୱର ମଙ୍ଗରାଜଙ୍କ ପରଲୋକ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.