ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ରାଜନୈତିକ ବ୍ୟାପାର କମିଟି (PAC) ବୈଠକରେ ଦଳୀୟ ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଯୋଗଦେଇ ଏଆଇସିସିର ଓଡ଼ିଶା ପ୍ରଭାରୀ ଲାଲଜୀ ଦେଶାଇ ସ୍ପଷ୍ଟ ବାର୍ତ୍ତା ଦେଇ କହିଛନ୍ତି, "ଦଳଠାରୁ କେହି ବଡ଼ ନୁହେଁ" ଏବଂ ସମସ୍ତ ନେତାଙ୍କୁ ସଂଗଠନର ନିୟମ ଓ ଶୃଙ୍ଖଳା ମାନି କାର୍ଯ୍ୟ କରିବାକୁ ହେବ।
ଦେଶାଇ କହିଛନ୍ତି ଯେ ଆଗାମୀ ଦିନରେ ଦଳକୁ ସଂଗଠନ ସ୍ତରରେ ଅଧିକ ସୁଦୃଢ଼ କରାଯିବ ଏବଂ ଜନସାଧାରଣଙ୍କ ମଧ୍ୟରେ କଂଗ୍ରେସର ସଂଗଠନକୁ ସକ୍ରିୟ କରାଯିବ। ସେହିପରି ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରାଯାଇଛି।
ଦଳୀୟ ସୂତ୍ର ଅନୁଯାୟୀ, ଏହି ବୈଠକରେ ସଂଗଠନକୁ ସୁଦୃଢ଼ କରିବା, ନେତାମାନଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ଏବଂ ଆଗାମୀ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି।
Thanks for reading: କଂଗ୍ରେସରେ କଡ଼ା ବାର୍ତ୍ତା: "ଦଳଠାରୁ କେହି ବଡ଼ ନୁହେଁ", ଶୃଙ୍ଖଳା ଭଙ୍ଗିଲେ କାର୍ଯ୍ୟାନୁଷ୍ଠାନ!, Sorry, my English is bad:)


