ଭୁବନେଶ୍ୱର | ସିଂହନାଦ ବ୍ୟୁରୋ | ୨୧ ଜୁଲାଇ: ପୁରୀ ରଥଯାତ୍ରା ସମୟରେ ଘଟିଥିବା ମୃତ୍ୟୁ ଓ ଆହତ ଘଟଣାକୁ ନେଇ ଓଡ଼ିଶା ମାନବାଧିକାର ଆୟୋଗ (OHRC) ସ୍ୱତଃପ୍ରବୃତ୍ତ (Suo Motu) ଭାବେ ମାମଲା ରୁଜୁ କରିଛି। ଘଟଣାର ପ୍ରକୃତ କାରଣ, ପ୍ରଶାସନିକ ପଦକ୍ଷେପ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଆୟୋଗ ରାଜ୍ୟ ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି।
ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଆଧାର କରି ଆୟୋଗ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ, ଜରୁରୀକାଳୀନ ସେବା, ପୁଲିସ ମୁତୟନ ଏବଂ ସୁରକ୍ଷା ପରିଚାଳନାରେ କୌଣସି ତ୍ରୁଟି ରହିଥିଲା କି ନାହିଁ, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଆୟୋଗ କହିଛି।
ଆଗାମୀ ବାହୁଡ଼ା ଯାତ୍ରା ଓ ଅନ୍ୟାନ୍ୟ ଧାର୍ମିକ ସମାବେଶରେ ଭକ୍ତଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଭିଡ଼ ପରିଚାଳନା, ଚିକିତ୍ସା ସୁବିଧା ଓ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ମଧ୍ୟ ଆୟୋଗ ପରାମର୍ଶ ଦେଇଛି।
ଅନ୍ୟପକ୍ଷରେ, ରାଜ୍ୟ ସରକାର ରଥଯାତ୍ରା ଘଟଣାରେ ପ୍ରାଣ ହରାଇଥିବା ଭକ୍ତଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। OHRCର ଏହି ପଦକ୍ଷେପ ପରେ ଘଟଣାର ତଦନ୍ତ ଓ ଭବିଷ୍ୟତରେ ଏଭଳି ଅଘଟଣ ରୋକିବା ପାଇଁ ସରକାରୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।
Thanks for reading: ରଥଯାତ୍ରା ଅଘଟଣକୁ ନେଇ ସକ୍ରିୟ OHRC, ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ, Sorry, my English is bad:)



