ଭୁବନେଶ୍ୱର, ୨୪ ଜୁଲାଇ: ଓଡ଼ିଶା ସରକାର ଆସନ୍ତା ଅଗଷ୍ଟ ୧ ତାରିଖରେ ଏକ 'ନିଯୁକ୍ତି ମେଳା' ଆୟୋଜନ କରିବେ। ଏହି କାର୍ଯ୍ୟକ୍ରମରେ ୭ଟି ସରକାରୀ ବିଭାଗରେ ଚୟନ ହୋଇଥିବା ୧,୧୦୧ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଉପସ୍ଥିତ ରହି ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ।
ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଶକ୍ତି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, କ୍ରୀଡ଼ା ଓ ଯୁବ ସେବା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ଅବକାରୀ ବିଭାଗର ନିଯୁକ୍ତ ପ୍ରାର୍ଥୀମାନେ ଏହି ମେଳାରେ ନିଯୁକ୍ତିପତ୍ର ଗ୍ରହଣ କରିବେ।
ଗୃହ ଓ ନଗର ଉନ୍ନୟନ ବିଭାଗରେ ସର୍ବାଧିକ ୩୬୪ ଜଣ ଜୁନିୟର ଇଞ୍ଜିନିୟର (ସିଭିଲ୍) ନିଯୁକ୍ତିପତ୍ର ପାଇବେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୩୫୭ ଜଣ, ଶକ୍ତି ବିଭାଗରେ ୨୪୮ ଜଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗରେ ୮୬ ଜଣ, କ୍ରୀଡ଼ା ଓ ଯୁବ ସେବା ବିଭାଗରେ ୨୫ ଜଣ, ଦକ୍ଷତା ବିକାଶ ବିଭାଗରେ ୧୧ ଜଣ ଏବଂ ଅବକାରୀ ବିଭାଗରେ ୧୦ ଜଣ ନିଯୁକ୍ତିପତ୍ର ପାଇବେ।
ରାଜ୍ୟ ସରକାରଙ୍କ କହିବା ଅନୁସାରେ, ବିଭିନ୍ନ ବିଭାଗରେ ଖାଲି ପଦବୀ ପୂରଣକୁ ତ୍ୱରାନ୍ୱିତ କରିବା ଏବଂ ଚୟନିତ ପ୍ରାର୍ଥୀଙ୍କୁ ଏକକ ମଞ୍ଚରେ ନିଯୁକ୍ତିପତ୍ର ପ୍ରଦାନ କରିବା ଉଦ୍ଦେଶ୍ୟରେ ନିୟମିତ ଭାବେ ନିଯୁକ୍ତି ମେଳା ଆୟୋଜନ କରାଯାଉଛି।
Thanks for reading: ଅଗଷ୍ଟ ୧ରେ ରାଜ୍ୟରେ 'ନିଯୁକ୍ତି ମେଳା' : ୧,୧୦୧ ନବନିଯୁକ୍ତଙ୍କୁ ମିଳିବ ନିଯୁକ୍ତିପତ୍ର, Sorry, my English is bad:)

