ନର୍ଲା, ୬ ଜୁଲାଇ: କଳାହାଣ୍ଡି ଜିଲ୍ଲାର ନର୍ଲା ଅଞ୍ଚଳର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଅଭାବ ଗୁରୁତର ସମସ୍ୟା ହୋଇ ଦେଖାଦେଇଛି। ଅନେକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ପାଠପଢ଼ା ବ୍ୟାହତ ହେଉଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ସାମଗ୍ରିକ ଭାବେ ମଧ୍ୟ ବହୁ ଶିକ୍ଷକ ପଦବୀ ଖାଲି ରହିଥିବାରୁ ଦୂରଦୁରାନ୍ତ ଅଞ୍ଚଳର ବିଦ୍ୟାଳୟଗୁଡ଼ିକରେ ଏହାର ପ୍ରଭାବ ଅଧିକ ପଡ଼ୁଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗୋଟିଏ କିମ୍ବା ଦୁଇଜଣ ଶିକ୍ଷକଙ୍କ ଉପରେ ଏକାଧିକ ଶ୍ରେଣୀର ଦାୟିତ୍ୱ ରହୁଥିବାରୁ ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଅଭିଭାବକମାନେ ଶୀଘ୍ର ଖାଲି ପଦବୀ ପୂରଣ କରିବା ସହ ନର୍ଲା ଅଞ୍ଚଳର ବିଦ୍ୟାଳୟଗୁଡ଼ିକୁ ପର୍ଯ୍ୟାପ୍ତ ଶିକ୍ଷକ ଯୋଗାଇବା ପାଇଁ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି।
Thanks for reading: ଶ୍ରେଣୀଗୃହ ଅଛି... ଶିକ୍ଷକ ନାହାନ୍ତି! ନର୍ଲାରେ ପିଲାଙ୍କ ଭବିଷ୍ୟତକୁ ନେଇ ବଢ଼ିଲା ଚିନ୍ତା, Sorry, my English is bad:)
