ନୀତି ଆୟୋଗର ଏହି ସୂଚକାଙ୍କରେ ବ୍ୟବସାୟ କରିବାର ସହଜତା, ଶିଳ୍ପ ପାଇଁ ଆବଶ୍ୟକ ଭିତ୍ତିଭୂମି, ସରକାରୀ ନୀତିର ସ୍ୱଚ୍ଛତା, ପ୍ରଶାସନିକ ସହଯୋଗ ଏବଂ ନିବେଶକଙ୍କ ପାଇଁ ଅନୁକୂଳ ପରିବେଶକୁ ଆଧାର କରି ରାଜ୍ୟଗୁଡ଼ିକର ମୂଲ୍ୟାଙ୍କନ କରାଯାଇଛି। ଏହି ସବୁ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଓଡ଼ିଶା ଜାତୀୟ ସ୍ତରରେ ନିଜର ଦୃଢ଼ ସ୍ଥାନ ସୃଷ୍ଟି କରିଛି।
ବିଶେଷଜ୍ଞମାନଙ୍କ ମତରେ, ଏହି ସଫଳତା ପରେ ରାଜ୍ୟକୁ ଦେଶୀ ଓ ବିଦେଶୀ କମ୍ପାନୀମାନଙ୍କ ଆକର୍ଷଣ ଆହୁରି ବଢ଼ିବ। ନୂତନ ଶିଳ୍ପ ସ୍ଥାପନ ସହ ହଜାର ହଜାର ଯୁବକ-ଯୁବତୀଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ହେବା ସହ ରାଜ୍ୟର ଆର୍ଥିକ ବିକାଶକୁ ନୂଆ ଗତି ମିଳିବ।
ରାଜ୍ୟ ସରକାରଙ୍କ ଶିଳ୍ପନୀତି, ଦ୍ରୁତ ଅନୁମୋଦନ ବ୍ୟବସ୍ଥା, ଉନ୍ନତ ସଡ଼କ ଓ ବନ୍ଦର ଭିତ୍ତିଭୂମି, ଦକ୍ଷ ମାନବ ସମ୍ପଦ ଏବଂ ନିବେଶକ-ବନ୍ଧବ ପଦକ୍ଷେପ ଓଡ଼ିଶାକୁ ଆଜି ଦେଶର ଅନ୍ୟତମ ଆକର୍ଷଣୀୟ ନିବେଶ କେନ୍ଦ୍ରରେ ପରିଣତ କରିଛି।
ସିଂହନାଦ ନ୍ୟୁଜ୍ ବ୍ୟୁରୋ
Thanks for reading: ଦେଶରେ ଓଡ଼ିଶାର ବଢ଼ିଲା ଦବଦବା! ନିବେଶ-ଅନୁକୂଳ ରାଜ୍ୟ ତାଲିକାରେ ଶ୍ରେଷ୍ଠ ୫ରେ ସ୍ଥାନ, Sorry, my English is bad:)

