କଳାହାଣ୍ଡି ଜିଲ୍ଲାର ମେଧାବୀ ଛାତ୍ରୀ ମୋକ୍ଷାଦ୍ରୀ ଶୁଭଦର୍ଶିନୀ ନିଟ୍-ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୫୮୨ତମ ରାଙ୍କ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଭବାନୀପାଟଣାସ୍ଥିତ ହାଇଟେକ୍ ପବ୍ଲିକ ସ୍କୁଲର ଏହି କୃତୀ ଛାତ୍ରୀଙ୍କ ସଫଳତାକୁ ସମ୍ମାନ ଜଣାଇ କଳାହାଣ୍ଡି ଜିଲ୍ଲା କୁର୍ମୀ କ୍ଷତ୍ରୀୟ ଅଞ୍ଚଳ ସଂସ୍ଥା ପକ୍ଷରୁ ଚକ୍ରଧର ନଗରରେ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ସଭାପତି ଅଶ୍ୱିନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କୁଳାଧିକାରୀ ମହେଶ୍ୱର ପ୍ରଧାନ ମୁଖ୍ୟ ଅତିଥି ଓ ଆଇନଜୀବୀ ସିଦ୍ଧାର୍ଥ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମୋକ୍ଷାଦ୍ରୀଙ୍କ ସଫଳତାକୁ ପ୍ରଶଂସା କରିଥିଲେ। ବିଭିନ୍ନ ବିଶିଷ୍ଟ ଅତିଥି ତାଙ୍କୁ ଉପଢୌକନ ପ୍ରଦାନ କରି ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ଏହି ଅବସରରେ ମୋକ୍ଷାଦ୍ରୀଙ୍କ ଦୁଇ ଜେଜେ ତ୍ରିଲୋଚନ ପ୍ରଧାନ (୯୪) ଓ କୃଷ୍ଣଚନ୍ଦ୍ର ପ୍ରଧାନ (୮୪)ଙ୍କୁ ବରିଷ୍ଠ ନାଗରିକ ଭାବେ ସମ୍ମାନିତ କରାଯାଇଥିଲା। ଶାସ୍ତ୍ରୀଜୀ ଶିକ୍ଷା ନିକେତନର ଛାତ୍ରଛାତ୍ରୀମାନେ ସଙ୍ଗୀତ ପରିବେଷଣ କରିଥିବାବେଳେ ଶେଷରେ ମଧୁସୂଦନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Thanks for reading: ନିଟ୍-ୟୁଜିରେ ଏଆଇଆର୍-୫୮୨: କଳାହାଣ୍ଡିର ଝିଅ ମୋକ୍ଷାଦ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା, Sorry, my English is bad:)

