ପ୍ରେରଣାର କାହାଣୀ

 କଳାହାଣ୍ଡିର ଝିଅର କମାଲ! NEET UG 2026ରେ AIR-582, ସଫଳତାରେ ଝଲସିଲା ମୋକ୍ଷାଦ୍ରୀ ଶୁଭଦର୍ଶିନୀଙ୍କ ନାମ

ଭବାନୀପାଟଣା, ୨୬ ଜୁଲାଇ: ସ୍ୱପ୍ନକୁ ସତ କରି ଜାତୀୟ ସ୍ତରରେ କଳାହାଣ୍ଡିର ନାମକୁ ଉଜ୍ଜ୍ୱଳ କରିଛନ୍ତି ମୋକ୍ଷାଦ୍ରୀ ଶୁଭଦର୍ଶିନୀ। NEET UG 2026 ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ୫୮୨ତମ ରାଙ୍କ (AIR-582) ହାସଲ କରି ଏକ ଐତିହାସିକ ସଫଳତା ଅର୍ଜନ କରିଛନ୍ତି। ଏହି ଉଲ୍ଲେଖନୀୟ କୃତିତ୍ୱ ପାଇଁ ଆଜି ସନ୍ଧ୍ୟା ୫ଟାରେ ଭବାନୀପାଟଣାର ଚକ୍ରଧର ନଗର ଠାରେ କଳାହାଣ୍ଡି କୁର୍ମୀ ସମାଜ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। (ଏହି କାର୍ଯ୍ୟକ୍ରମର ସୂଚନା ଆୟୋଜକଙ୍କ ପକ୍ଷରୁ ଜାରି କରାଯାଇଛି।)

ମୋକ୍ଷାଦ୍ରୀ ଶୁଭଦର୍ଶିନୀଙ୍କ ଏହି ସଫଳତା ପ୍ରମାଣ କରିଛି ଯେ, ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଥିଲେ ଯେକୌଣସି ଲକ୍ଷ୍ୟ ହାସଲ କରିହେବ। ତାଙ୍କର ଏହି କୃତିତ୍ୱ ହଜାର ହଜାର ମେଡିକାଲ୍ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣାର ଉଦାହରଣ ହୋଇଛି।

ଏହି ଅବସରରେ କୁର୍ମୀ ସମାଜ ପକ୍ଷରୁ ସମାଜର ବରିଷ୍ଠ ସଦସ୍ୟ, ବୁଦ୍ଧିଜୀବୀ, ଶିକ୍ଷାବିଦ୍ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। କୁର୍ମୀ ସମାଜର ସଭାପତି ଅଶ୍ୱିନୀ ପ୍ରଧାନ ସମସ୍ତ ସାମ୍ବାଦିକ ବନ୍ଧୁଙ୍କୁ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଗର୍ବର ମୁହୂର୍ତ୍ତକୁ ଲୋକଲୋଚନକୁ ଆଣିବା ପାଇଁ ଅନୁରୋଧ କରିଛନ୍ତି।

Thanks for reading: ପ୍ରେରଣାର କାହାଣୀ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.