ଭୁବନେଶ୍ୱର, ୪ ଜୁଲାଇ: ଓଡ଼ିଶାରେ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ପାଇଁ ଭାରତର ନିର୍ବାଚନ କମିଶନ ୧୦ ଜଣ ବରିଷ୍ଠ IAS ଅଧିକାରୀଙ୍କୁ Electoral Roll Observers (ନିର୍ବାଚନୀ ପର୍ଯ୍ୟବେକ୍ଷକ) ଭାବେ ନିଯୁକ୍ତ କରିଛନ୍ତି। ଏହି ଅଧିକାରୀମାନେ ରାଜ୍ୟରେ ଚାଲିଥିବା Special Intensive Revision (SIR)-2026 କାର୍ଯ୍ୟକ୍ରମର ତଦାରଖ କରିବେ।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ପର୍ଯ୍ୟବେକ୍ଷକମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ସମୀକ୍ଷା କରିବେ। ସେମାନେ ସ୍ଥାନୀୟ ଅଧିକାରୀ, ରାଜନୈତିକ ଦଳର ପ୍ରତିନିଧି ଏବଂ ସାଧାରଣ ଲୋକଙ୍କ ସହ ଆଲୋଚନା କରି ଅଭିଯୋଗ ଓ ଆପତ୍ତିର ସମାଧାନ ଉପରେ ନଜର ରଖିବେ।
ରାଜ୍ୟର ଖସଡ଼ା ଭୋଟର ତାଲିକା ୫ ଜୁଲାଇରେ ପ୍ରକାଶ ପାଇବ। ଏହାପରେ ୫ ଜୁଲାଇରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ନୂତନ ନାମ ସଂଯୋଜନ, ସଂଶୋଧନ କିମ୍ବା ବିଲୋପ ସମ୍ବନ୍ଧୀୟ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ।
ଏହି ପଦକ୍ଷେପ ମାଧ୍ୟମରେ ଓଡ଼ିଶାର ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ, ସଠିକ୍ ଏବଂ ବିଶ୍ୱସନୀୟ କରିବାକୁ ନିର୍ବାଚନ କମିଶନ ଲକ୍ଷ୍ୟ ରଖିଛନ୍ତି।
Thanks for reading: ଭୋଟର ତାଲିକାରେ ଆଉ ହେବନି ତ୍ରୁଟି! ଓଡ଼ିଶାକୁ ମିଳିଲେ ୧୦ ଜଣ ବରିଷ୍ଠ IAS ପର୍ଯ୍ୟବେକ୍ଷକ, Sorry, my English is bad:)

