ଭବାନୀପାଟଣା, ୨ ଜୁଲାଇ: କଳାହାଣ୍ଡି ଜିଲ୍ଲାରୁ ପୁଣି ଥରେ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ରାସ୍ତାର ଅଭାବ ଯୋଗୁଁ ଜଣେ ଗର୍ଭବତୀ ମହିଳାଙ୍କୁ ଗ୍ରାମବାସୀ ଖଟିଆରେ ବୋହି ପ୍ରାୟ ୧.୫ କିଲୋମିଟର ଦୂରରେ ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ପ୍ରସବ ବେଦନା ଆରମ୍ଭ ହେବା ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ। କିନ୍ତୁ କାଦୁଅ ଓ ଭଙ୍ଗା ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗ୍ରାମକୁ ପହଞ୍ଚି ପାରିନଥିଲା। ଫଳରେ ଗ୍ରାମବାସୀମାନେ ମହିଳାଙ୍କୁ ଖଟିଆରେ ବୋହି କଷ୍ଟକର ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ।
ଏହି ଘଟଣା ପରେ ଦୁର୍ଗମ ଅଞ୍ଚଳର ସଡ଼କ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକମାନେ ଦୀର୍ଘଦିନ ଧରି ଭଲ ରାସ୍ତା ନିର୍ମାଣ ଦାବି କରୁଥିବା ବେଳେ ଏଭଳି ଘଟଣା ବିକାଶ ଦାବି ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।
Thanks for reading: ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ, ଭାଇରାଲ୍ ହେଲା କଳାହାଣ୍ଡିର ଚିତ୍ର, Sorry, my English is bad:)

