ଦିଲ୍ଲୀ ଘଟଣାକୁ ନେଇ ଭବାନୀପାଟଣାରେ କଂଗ୍ରେସର ବିକ୍ଷୋଭ: ମୋଦୀ, ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ


 ଛାତ୍ର ଆନ୍ଦୋଳନ ଦମନ ଓ କଂଗ୍ରେସ ନେତାଙ୍କୁ ପୋଲିସ ଅଟକାଇବା ଅଭିଯୋଗରେ ଜିଲ୍ଲା କଂଗ୍ରେସର କଡ଼ା ପ୍ରତିବାଦ; ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ଭବାନୀପାଟଣା, ୨୨ ଜୁଲାଇ: ରାଜଧାନୀ ନୂଆଦିଲ୍ଲୀରେ ଗତ ୨୧ ଜୁଲାଇରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ବଳପ୍ରୟୋଗ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସର ଶୀର୍ଷ ନେତୃବୃନ୍ଦଙ୍କୁ ପୋଲିସ ଅଟକ ରଖିଥିବା ଅଭିଯୋଗକୁ ନେଇ ବୁଧବାର ସନ୍ଧ୍ୟାରେ ଭବାନୀପାଟଣାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ସହ ଭୁବନେଶ୍ୱର ରାଜଭବନ ସମ୍ମୁଖରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗର ପ୍ରତିବାଦ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ଜିଲ୍ଲା କଂଗ୍ରେସର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ପୋଲିସ ଛାତ୍ର ଆନ୍ଦୋଳନକୁ ଦମନ କରିବା ସହ ବିରୋଧୀ ସ୍ୱରକୁ ଦବାଇବା ପାଇଁ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କୁ ଅଟକ ରଖିଥିଲା। ଏହାକୁ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ଦଳ ପକ୍ଷରୁ କୁହାଯାଇଛି।

ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ଉଛବ ସାହୁ, ପୂର୍ବତନ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ଯୁବ ନେତା ମହମ୍ମଦ ସାହେବ, ସରୋଜ ବାଗ, ସନ୍ତୋଷ ପଣ୍ଡା, ଦୀନେଶ ବାଗ, ସୁକାନ୍ତ ବିଶିଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ।

ବିକ୍ଷୋଭକାରୀମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ଇସ୍ତଫା ଦାବି କରିବା ସହ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନର ନିରପେକ୍ଷ ତଦନ୍ତ ଦାବି କରିଥିଲେ।

Thanks for reading: ଦିଲ୍ଲୀ ଘଟଣାକୁ ନେଇ ଭବାନୀପାଟଣାରେ କଂଗ୍ରେସର ବିକ୍ଷୋଭ: ମୋଦୀ, ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.