୧୦ କିଲୋମିଟର ଦୂରେ ଆମ୍ବୁଲାନ୍ସ, ଟ୍ରାକ୍ଟର ଉପରେ ଜନ୍ମ ନେଲା ଶିଶୁ!

 କଳାହାଣ୍ଡିରେ ପୁଣି ସାମ୍ନାକୁ ଆସିଲା ବିକାଶର କଠୋର ବାସ୍ତବତା

ଭବାନୀପାଟଣା, ୧୪ ଜୁଲାଇ (ସିଂହନାଦ): କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ଦବ୍ରିଘାଟି ଗାଁରେ ପୁଣି ଥରେ ଦୟନୀୟ ସ୍ୱାସ୍ଥ୍ୟ ଓ ସଡ଼କ ବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ଗାଁକୁ ମୋଟର ଚଳାଚଳ ଉପଯୋଗୀ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଫଳରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ଟ୍ରାକ୍ଟରରେ ପ୍ରାୟ ୧୦ କିଲୋମିଟର ଦୂରକୁ ନିଆଯାଉଥିବା ବେଳେ ରାସ୍ତା ମଝିରେ ହିଁ ଏକ କନ୍ୟା ସନ୍ତାନର ଜନ୍ମ ହୋଇଥିଲା।

ସୂଚନା ଅନୁଯାୟୀ, ରବିବାର ରାତିରେ ମହିଳାଙ୍କ ପ୍ରସବ ବେଦନା ଆରମ୍ଭ ହେବା ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। କିନ୍ତୁ ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପ୍ରାୟ ୧୦ କିଲୋମିଟର ଦୂରରେ ଅଟକି ରହିଥିଲା। ବାଧ୍ୟ ହୋଇ ଗ୍ରାମବାସୀ ଟ୍ରାକ୍ଟରରେ ଗର୍ଭବତୀଙ୍କୁ ନେଉଥିବା ବେଳେ ମଝି ରାସ୍ତାରେ ପ୍ରସବ ହୋଇଯାଇଥିଲା। ପରେ ମା' ଓ ନବଜାତ ଶିଶୁଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଉଭୟଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ସୂଚନା ମିଳିଛି।

ଏହି ଘଟଣା ପୁଣିଥରେ ପ୍ରଶ୍ନ ଉଠାଇଛି—ସ୍ୱାଧୀନତାର ଦଶନ୍ଧି ପରେ ମଧ୍ୟ କାହିଁକି କଳାହାଣ୍ଡିର କିଛି ଗାଁ ଆଜିଯାଏ ମୌଳିକ ସଡ଼କ ସୁବିଧାରୁ ବଞ୍ଚିତ? ବିକାଶର ଦାବି ମଧ୍ୟରେ ଏଭଳି ଘଟଣା ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Thanks for reading: ୧୦ କିଲୋମିଟର ଦୂରେ ଆମ୍ବୁଲାନ୍ସ, ଟ୍ରାକ୍ଟର ଉପରେ ଜନ୍ମ ନେଲା ଶିଶୁ!, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.