ଜୁନାଗଡ଼, ୬ ଜୁଲାଇ: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗାଁ ମଣ୍ଡିରେ ବିକ୍ରି ନହୋଇ ହଜାର ହଜାର କ୍ୱିଣ୍ଟାଲ ଧାନ ପଡ଼ି ରହିଥିବା ଅଭିଯୋଗ ଚାଷୀମାନେ କରିଛନ୍ତି।
ଚାଷୀଙ୍କ କହିବା ଅନୁଯାୟୀ, ଦୀର୍ଘ ଦିନ ଧରି ଧାନ ମଣ୍ଡିରେ ପଡ଼ି ରହିଥିଲେ ମଧ୍ୟ ଉଠାଣ ପ୍ରକ୍ରିୟା ଆଗକୁ ବଢ଼ୁନାହିଁ। ଏଥିଯୋଗୁଁ ବର୍ଷାରେ ଧାନ ନଷ୍ଟ ହେବାର ଆଶଙ୍କା ବଢ଼ିଥିବା ବେଳେ ଚାଷୀମାନେ ଆର୍ଥିକ କ୍ଷତିର ଭୟରେ ରହିଛନ୍ତି।
ସ୍ଥାନୀୟ ଚାଷୀମାନେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ଶୀଘ୍ର ଧାନ ଉଠାଣ ବ୍ୟବସ୍ଥା କରିବା ସହ ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି ଜଣାଇଛନ୍ତି।
ଏନେଇ ସମ୍ପୃକ୍ତ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ପ୍ରଶାସନ ପକ୍ଷରୁ ଶୀଘ୍ର ପଦକ୍ଷେପ ନିଆଗଲେ ଚାଷୀମାନେ ବଡ଼ କ୍ଷତିରୁ ରକ୍ଷା ପାଇପାରିବେ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।
Thanks for reading: ମଣ୍ଡିରେ ଧାନର ପାହାଡ଼, ଚାଷୀଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଲା! ଦାସିଗାଁରୁ ଆସିଲା ସାଂଘାତିକ ଚିତ୍ର, Sorry, my English is bad:)
