ସମ୍ବଲପୁର, ୭ ଜୁଲାଇ: ଉପର ମହାନଦୀ ଅବବାହିକାରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବ୍ୟାପକ ପରିମାଣରେ ଜଳ ପ୍ରବେଶ କରୁଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୯ ଜୁଲାଇ ସକାଳ ପ୍ରାୟ ୧୧ଟାରେ ହୀରାକୁଦ ଡ୍ୟାମ୍ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ମହାନଦୀକୁ ଛଡ଼ାଯିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଡ୍ୟାମ୍ର ଗେଟ୍ ଖୋଲିବା ପରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେଥିପାଇଁ ନଦୀକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦା, ମତ୍ସ୍ୟଜୀବୀ ଏବଂ ଚାଷୀମାନଙ୍କୁ ସତର୍କ ରହିବା ସହ ନଦୀକୁ ନଯିବାକୁ ପ୍ରଶାସନ ପରାମର୍ଶ ଦେଇଛି। ଜିଲ୍ଲା ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ଟିମ୍କୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି।
ଏପଟେ ଲଗାଣ ବର୍ଷା ପ୍ରଭାବରେ ବୈତରଣୀ ସମେତ ରାଜ୍ୟର ଅନ୍ୟାନ୍ୟ ନଦୀର ଜଳସ୍ତର ମଧ୍ୟ ବଢ଼ୁଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଥିବାବେଳେ ସମ୍ବେଦନଶୀଳ ଅଞ୍ଚଳରେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
Thanks for reading: ୯ ଜୁଲାଇରେ ଖୋଲିବ ହୀରାକୁଦ ଡ୍ୟାମ୍ର ଗେଟ୍, Sorry, my English is bad:)

