ଭବାନୀପାଟଣା, କଳାହାଣ୍ଡି, ୨୭ ଜୁଲାଇ: ଲଗାଣ ବର୍ଷା ପ୍ରଭାବରେ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାସ୍ଥିତ ଏକ୍ସଟେନ୍ସନ୍ ଟ୍ରେନିଂ ସେଣ୍ଟର ପରିସର ବେହାଲ ହୋଇପଡ଼ିଛି। ଲଗାତାର ବର୍ଷା ଯୋଗୁଁ ପରିସରରେ ପାଣି ଜମି ରହିବା ସହ କେତେକ ସ୍ଥାନରେ କୋଠରୀ ଭିତରକୁ ମଧ୍ୟ ପାଣି ପଶୁଥିବା ଅଭିଯୋଗ ହୋଇଛି। ଏହା ଫଳରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଦୈନନ୍ଦିନ କାର୍ଯ୍ୟ ପ୍ରଭାବିତ ହେଉଥିବା ସୂଚନା ମିଳିଛି। ଦେଶର ବିଭିନ୍ନ ଅଞ୍ଚଳ ସହ ଓଡ଼ିଶାରେ ମଧ୍ୟ ଭାରି ବର୍ଷା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଜଳନିଷ୍କାସନ ବ୍ୟବସ୍ଥା ସୁଚାରୁ ନଥିବାରୁ ବର୍ଷା ପାଣି ବାହାରି ପାରୁନାହିଁ। ଫଳରେ କର୍ମଚାରୀ ଓ ପ୍ରଶିକ୍ଷଣ ନେବାକୁ ଆସୁଥିବା ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ଏହି ପୁରାତନ ପ୍ରଶିକ୍ଷଣ କେନ୍ଦ୍ରର ତୁରନ୍ତ ମରାମତି, ଜଳନିଷ୍କାସନ ବ୍ୟବସ୍ଥାର ସୁଧାର ଏବଂ ବର୍ଷା ଋତୁ ପୂର୍ବରୁ ସ୍ଥାୟୀ ପଦକ୍ଷେପ ଗ୍ରହଣ ପାଇଁ ପ୍ରଶାସନଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।
ରିପୋର୍ଟ: ସୁଶାନ୍ତ ମଙ୍ଗରାଜ
ପ୍ରକାଶନ: ସିଂହନାଦ (SIMHANAAD)
Thanks for reading: ଲଗାଣ ବର୍ଷାରେ ବେହାଲ ଭବାନୀପାଟଣା ଏକ୍ସଟେନ୍ସନ୍ ଟ୍ରେନିଂ ସେଣ୍ଟର, Sorry, my English is bad:)


