"ରାମ ମନ୍ଦିର ଚାନ୍ଦା ଚୋରୀକୁ ନେଇ ସରଗରମ ରାଜନୀତି; ମୋଦୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ"

 


ଭବାନୀପାଟଣା, ପ୍ରତିନିଧି:

ଅଯୋଧ୍ୟା ରାମ ମନ୍ଦିରରେ କଥିତ ଚାନ୍ଦା ଚୋରୀ ଘଟଣାକୁ ନେଇ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାର ବିରୋଧରେ ତୀବ୍ର ଆକ୍ରମଣ ଶାଣିତ କରାଯାଇଛି। ଭବାନୀପାଟଣାସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଜଳନ୍ଧର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି ଯେ, ରାମ ମନ୍ଦିର ନିର୍ମାଣଠାରୁ ଆରମ୍ଭ କରି ଟ୍ରଷ୍ଟ ଗଠନ ଓ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ ସବୁକିଛିର ଶ୍ରେୟ ନେଇଥିବା କେନ୍ଦ୍ର ସରକାର ଏବେ ଏହି କଥିତ ଚୋରୀ ଘଟଣାରେ ନୀରବ ରହିଛନ୍ତି।

ଜିଲ୍ଲା କଂଗ୍ରେସର କହିବା ଅନୁସାରେ, ଦେଶର ସବୁଠୁ ସୁରକ୍ଷିତ ଧାର୍ମିକ ସ୍ଥାନ ଭାବେ ପରିଚିତ ରାମ ମନ୍ଦିରରେ ଯଦି କଥିତ ଚାନ୍ଦା ଚୋରୀ ହୋଇପାରେ, ତେବେ ଏହା ସୁରକ୍ଷା ବ୍ୟବସ୍ଥାର ଗୁରୁତର ବିଫଳତା। ଦଳ ଦାବି କରିଛି ଯେ, କୋଟି କୋଟି ଭକ୍ତଙ୍କ ଦାନ ଓ ବିଶ୍ୱାସ ସହ ଏହା ଜଡ଼ିତ ଥିବାରୁ ଘଟଣାର ସମ୍ପୂର୍ଣ୍ଣ ଦାୟିତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେବା ଉଚିତ ଏବଂ ନୈତିକତା ଦୃଷ୍ଟିରୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ।

ଦଳ ପକ୍ଷରୁ ଆହୁରି ଦାବି କରାଯାଇଛି ଯେ, ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ଟ୍ରଷ୍ଟ ଓ ସୁରକ୍ଷା ବ୍ୟବସ୍ଥାରେ ଯେଉଁମାନଙ୍କ ଅବହେଳା ରହିଛି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ।

ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଉଛବ ସାହୁ, ଇନ୍ଦ୍ରଜିତ ମହାଖୁଡ଼, ସୁଦର୍ଶନ ବିଶ୍ୱାଳ, ସୁକାନ୍ତ ବିଶି, ଦୀନେଶ ବାଗ ଏବଂ ଜିଲ୍ଲା କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

(ଟିପ୍ପଣୀ: ଉପରୋକ୍ତ ଅଭିଯୋଗ ଓ ଦାବିଗୁଡ଼ିକ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପିତ ବକ୍ତବ୍ୟ ଉପରେ ଆଧାରିତ। ସମ୍ପୃକ୍ତ ପକ୍ଷର ପ୍ରତିକ୍ରିୟା ମିଳିନାହିଁ।)

Thanks for reading: "ରାମ ମନ୍ଦିର ଚାନ୍ଦା ଚୋରୀକୁ ନେଇ ସରଗରମ ରାଜନୀତି; ମୋଦୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ", Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.