ଭୁବନେଶ୍ୱର, ୨୮ ଜୁଲାଇ (ସିଂହନାଦ): ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO)ରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ ରିପୋର୍ଟ ନିଖୋଜ ହେବା ଘଟଣାକୁ ନେଇ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ସମ୍ବନ୍ଧୀୟ ନାଇଡୁ କମିଶନ ରିପୋର୍ଟ ନିଖୋଜ ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, CMOରେ ସଂରକ୍ଷିତ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଓ ରିପୋର୍ଟ ମିଳୁନଥିବା ଅଭିଯୋଗ ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଏହା ମଧ୍ୟରେ ନାଇଡୁ କମିଶନ ରିପୋର୍ଟ ନିଖୋଜ ଥିବା ଘଟଣା ପ୍ରଶାସନିକ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାର ପ୍ରକୃତ କାରଣ, ଫାଇଲ୍ କିପରି ନିଖୋଜ ହେଲା ଏବଂ ଏଥିରେ କାହାର ଅବହେଳା କିମ୍ବା ଭୂମିକା ରହିଛି କି ନାହିଁ, ସେନେଇ କ୍ରାଇମବ୍ରାଞ୍ଚ ବିସ୍ତୃତ ତଦନ୍ତ କରିବ। ତଦନ୍ତ ରିପୋର୍ଟ ଆସିବା ପରେ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।
ଏହି ଘଟଣାକୁ ନେଇ ବିରୋଧୀ ଦଳମାନେ ମଧ୍ୟ ପ୍ରଶ୍ନ ଉଠାଇଥିବାବେଳେ, ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
Thanks for reading: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ନିଖୋଜ, କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ, Sorry, my English is bad:)

