ଗୁଡ଼ାହାଣ୍ଡି ପର୍ଯ୍ୟଟନସ୍ଥଳରେ ଅଘଟଣ: ପାହାଡ଼ରୁ ଖସି ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ

 ଭବାନୀପାଟଣା, ୪ ଜୁଲାଇ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ପ୍ରସିଦ୍ଧ ଗୁଡ଼ାହାଣ୍ଡି–ଡୋକରିଚଞ୍ଚରା ପର୍ଯ୍ୟଟନସ୍ଥଳରେ ଏକ ଦୁଃଖଦ ଅଘଟଣ ଘଟିଛି। ପାହାଡ଼ରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। 

ସ୍ଥାନୀୟ ଲୋକମାନେ ଘଟଣା ଦେଖି ତୁରନ୍ତ ଆମ୍ପାଣି ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ଏକ ମୋଟରସାଇକେଲ ମଧ୍ୟ ଜବତ ହୋଇଛି। 

ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସେ ଏକାକୀ ଆସିଥିଲେ କି ଅନ୍ୟ କାହା ସହ ଥିଲେ ଏବଂ କେଉଁ ପରିସ୍ଥିତିରେ ପାହାଡ଼ରୁ ଖସିପଡ଼ିଲେ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି।

Thanks for reading: ଗୁଡ଼ାହାଣ୍ଡି ପର୍ଯ୍ୟଟନସ୍ଥଳରେ ଅଘଟଣ: ପାହାଡ଼ରୁ ଖସି ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.