ନୂଆଦିଲ୍ଲୀ, ୧ ଜୁଲାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ଧରି ଚାଲିଆସୁଥିବା ତିକ୍ତ ସମ୍ପର୍କରେ ସୁଧାର ଆଣିବାକୁ ଉଭୟ ଦେଶର ୧୧୭ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ଏକ ଯୁଗ୍ମ ଖୋଲା ଚିଠି ଜାରି କରିଛନ୍ତି। ଏହି ଚିଠିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫଙ୍କୁ ଶାନ୍ତି, ଆଲୋଚନା ଓ ସାଧାରଣ ଦ୍ୱିପାକ୍ଷିକ ସମ୍ପର୍କ ପୁନଃସ୍ଥାପନ ପାଇଁ ଠୋସ ପଦକ୍ଷେପ ନେବାକୁ ଆହ୍ୱାନ କରାଯାଇଛି।
'ସେଣ୍ଟର ଫର ପିସ୍ ଆଣ୍ଡ ପ୍ରୋଗ୍ରେସ୍' ପକ୍ଷରୁ ଜାରି ହୋଇଥିବା ଏହି ଆବେଦନପତ୍ରରେ ଉଭୟ ଦେଶ ମଧ୍ୟରେ ପୂର୍ଣ୍ଣ କୂଟନୈତିକ ସମ୍ପର୍କ ପୁନର୍ବହାଳ, ହାଇ କମିଶନରଙ୍କ ନିଯୁକ୍ତି, ଭିସା ସେବା ପୁନରାରମ୍ଭ, ବିମାନ ସେବା ଓ ବାଣିଜ୍ୟିକ ଯୋଗାଯୋଗ ସାଧାରଣ କରିବା ସହ ଲୋକଙ୍କ ମଧ୍ୟରେ ସମ୍ପର୍କ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି।
ଚିଠିରେ କୁହାଯାଇଛି ଯେ, ଦୀର୍ଘଦିନର ବିରୋଧ ଦକ୍ଷିଣ ଏସିଆର କୋଟି କୋଟି ଯୁବପିଢ଼ିଙ୍କ ବିକାଶ ଓ ଭବିଷ୍ୟତକୁ ପ୍ରଭାବିତ କରୁଛି। ତେଣୁ ଆଲୋଚନା ଓ ସହଯୋଗ ହିଁ ସ୍ଥାୟୀ ଶାନ୍ତିର ଏକମାତ୍ର ପଥ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଏପଟେ ଭାରତ ସରକାର ପୂର୍ବରୁ ସ୍ପଷ୍ଟ କରିଆସିଛନ୍ତି ଯେ, ସୀମାପାର ଆତଙ୍କବାଦ ବନ୍ଦ ନହେଉଅ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ସମ୍ପର୍କରେ ସ୍ୱାଭାବିକତା ଆସିବା କଷ୍ଟକର।
Thanks for reading: ଭାରତ–ପାକିସ୍ତାନ ସମ୍ପର୍କ ସୁଧାର ପାଇଁ ୧୧୭ ବିଶିଷ୍ଟ ବ୍ୟକ୍ତିଙ୍କ ଖୋଲା ଚିଠି, Sorry, my English is bad:)
