ଜିଲାରେ ବୁଲିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ: ପତାକା ଦେଖାଇ ଶୁଭାରମ୍ଭ କଲେ ଅତିରିକ୍ତ ଜିଲାପାଳ


ଛତ୍ରପୁର, ୧୨।୬ ( ସିଂହନାଦ ନ୍ୟୁଜ୍ ) : ଜିଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏନେଇ ଶୁକ୍ରବାର ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲାର ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକ ଓ ସୁନୀଲ କୁମାର କେର୍କଟା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରଛନ୍ତି । ଏହି ଅବସରରେ ଛତ୍ରପୁର ଶ୍ରମ ଅଧିକାରୀଣୀ ବର୍ଷାରାଣୀ ଜେନା , ବ୍ରହ୍ମପୁର ଶ୍ରମ ଅଧିକାରିଣୀ ଶୁଭଲକ୍ଷ୍ମୀ ବେହେରା, ଛତ୍ରପୁର ଶ୍ରମ କାର୍ଯ୍ୟାଳୟର ଅତିରିକ୍ତ ଶ୍ରମ ଅଧିକାରୀ ସୋମନାଥ ପାତ୍ର ଓ ପ୍ରଭାସିନୀ ସ୍ବାଇଁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ରଥ ଜିଲାର ସମସ୍ତ ଅଞ୍ଚଳ ବୁଲି ଶିଶୁ ଶ୍ରମିକ ନିରାକରଣ ଉପରେ ସଚେତନ କରିବ। ୧୪ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ଯେଉଁ କୌଣସି କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ l ସେହିଭଳି ୧୫ ରୁ ୧୮ ବୟସ୍କ କିଶୋରଙ୍କୁ ବିପଦସଂକୁଳ କାମରେ ନିୟୋଜନକୁ ମଧ୍ୟ ବାରଣ କରାଯାଇଛି । ଏପରି କାମ କରାଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଯାଏ ଜୋରିମନା କିମ୍ବା ୨ ବର୍ଷ ଯାଏ କାରାଦଣ୍ଡରେ ଦଣ୍ଡିତ କରାଯିବାର ଆଇନଗତ ବ୍ୟବସ୍ଥା ରହିଛି । ଏପରିକି ଉଭୟ ଜେଲ ଦଣ୍ଡ ଓ ଜୋରିମନା ମଧ୍ୟ ହୋଇପାରେ । ଏପରି ଭୁଲ ଦ୍ୱତୀୟ ଥର ହେଲେ ୩ ବର୍ଷ ଯାଏ କାରାଦଣ୍ଡ ମଧ୍ୟ ହୋଇପାରେ। ଶିଶୁ ଶ୍ରମିକ ସହାୟତା କେନ୍ଦ୍ର ୧୮୦୦-୩୪୫୬୭୦୩ଓ ଚାଇଲ୍ଡ ଲାଇନ ୧୦୯୮ନମ୍ବରକୁ ସୂଚନା କରିବା ପାଇଁ ସଚେତନ କରାଯାଉଛି ।

Thanks for reading: ଜିଲାରେ ବୁଲିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ: ପତାକା ଦେଖାଇ ଶୁଭାରମ୍ଭ କଲେ ଅତିରିକ୍ତ ଜିଲାପାଳ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.