ଭତ୍ତା ହିତାଧିକାରୀଙ୍କ ପାଇଁ ଖୁସି ଖବର: ୯୧.୫% ହିତାଧିକାରୀ ପାଇଲେ ଦୁଇ ମାସର ଭତ୍ତା

Simhanaad

 


ଭୁବନେଶ୍ବର: ରାଜ୍ୟର ଲକ୍ଷାଧିକ ଭତ୍ତା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଏକାଥରେ ମିଳିଲା ଦୁଇ ମାସର ଭତ୍ତା ରାଶି । ଏପ୍ରିଲ୍ ଓ ମେ ମାସର ଭତ୍ତା ହିତାଧିକାରୀଙ୍କ ଖାତାକୁ ଜମା ହୋଇଥିବା ବେଳେ, ଜୁନ୍ ମାସର ଭତ୍ତା ପ୍ରଦାନ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟର ୧୭ ଲକ୍ଷ ୬୦ ହଜାର ୪୩୫ ଜଣ ଭତ୍ତା ହିତାଧିକାରୀଙ୍କୁ ଏକାଥରେ ଏପ୍ରିଲ୍ ଓ ମେ ମାସର ଭତ୍ତା ରାଶି ପ୍ରଦାନ କରାଯାଇଛି । 

ଜୁନ୍ ମାସର ଭତ୍ତା ବଣ୍ଟନ ଜାରି 

ସରକାରଙ୍କ ଏହି ପଦକ୍ଷେପ ଫଳରେ ବୃଦ୍ଧ, ଦିବ୍ୟାଙ୍ଗ, ବିଧବା ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାର ଲାଭାର୍ଥୀମାନେ ସିଧାସଳଖ ଉପକୃତ ହୋଇଛନ୍ତି । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା ଅନୁସାରେ, ମୋଟ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୯୧.୫ ପ୍ରତିଶତ ଲୋକଙ୍କ ଖାତାକୁ ଏକାଥରେ ଦୁଇ ମାସର ଭତ୍ତା ଜମା କରାଯାଇଛି । ବାକି ହିତାଧିକାରୀଙ୍କ କ୍ଷେତ୍ରରେ ବ୍ୟାଙ୍କିଙ୍ଗ ଓ ବୈଷୟିକ ପ୍ରକ୍ରିୟା ଶେଷ ହେବା ପରେ ଅର୍ଥରାଶି ପ୍ରଦାନ କରାଯିବ । ସେପଟେ ଜୁନ୍ ମାସର ଭତ୍ତା ବଣ୍ଟନ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାତାରେ ଭତ୍ତା ରାଶି ପହଞ୍ଚାଇବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଥିବା କଥା ମନ୍ତ୍ରୀ କହିଛନ୍ତି ।

Thanks for reading: ଭତ୍ତା ହିତାଧିକାରୀଙ୍କ ପାଇଁ ଖୁସି ଖବର: ୯୧.୫% ହିତାଧିକାରୀ ପାଇଲେ ଦୁଇ ମାସର ଭତ୍ତା, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.