ୟୁରୋପର ଅନେକ ଦେଶ ବର୍ତ୍ତମାନ ଭୟଙ୍କର ଉଷ୍ଣପ୍ରବାହର ସମ୍ମୁଖୀନ ହେଉଛନ୍ତି। ଫ୍ରାନ୍ସ, ବ୍ରିଟେନ, ସ୍ପେନ ଓ ଇଟାଲୀରେ ତାପମାତ୍ରା ରେକର୍ଡ ସ୍ତରକୁ ପହଞ୍ଚିଛି। ଫ୍ରାନ୍ସର କେତେକ ଅଞ୍ଚଳରେ ତାପମାତ୍ରା ୪୪ ଡିଗ୍ରୀ ସେଲସିଅସ୍ ଅତିକ୍ରମ କରିଥିବାବେଳେ ହଜାର ହଜାର ବିଦ୍ୟାଳୟ ବନ୍ଦ କରାଯାଇଛି। ବ୍ରିଟେନରେ ମଧ୍ୟ ବିରଳ “ରେଡ୍ ଏକ୍ସଟ୍ରିମ୍ ହିଟ୍ ଆଲର୍ଟ” ଜାରି ହୋଇଛି ଏବଂ ଅନେକ ସ୍କୁଲ ବନ୍ଦ ସହ ରେଳ ସେବା ବାଧାପ୍ରାପ୍ତ ହୋଇଛି।
ବିଶେଷଜ୍ଞଙ୍କ ମତରେ, “ହିଟ୍ ଡୋମ୍” ପ୍ରଭାବ ଯୋଗୁଁ ଏହି ଅସ୍ୱାଭାବିକ ଗରମ ସୃଷ୍ଟି ହୋଇଛି। ଇଟାଲୀ ଓ ସ୍ପେନର ଅନେକ ସହରରେ ମଧ୍ୟ ରେଡ୍ ଆଲର୍ଟ ଜାରି ହୋଇଥିବାବେଳେ ସରକାର ଲୋକମାନଙ୍କୁ ଘର ବାହାରକୁ ନଯିବାକୁ ପରାମର୍ଶ ଦେଇଛନ୍ତି।
ଅତ୍ୟଧିକ ଗରମ ଯୋଗୁଁ ଫ୍ରାନ୍ସରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେତେକ ପର୍ଯ୍ୟଟନ ସ୍ଥଳ ବନ୍ଦ ହେବା ସହ ଲୋକମାନେ ତାପଦାହରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରୁଛନ୍ତି।
Thanks for reading: ୟୁରୋପରେ ତାତିର ତାଣ୍ଡବ, ଜନଜୀବନ ଅସ୍ତବ୍ୟସ୍ତ ହଜାର ହଜାର ସ୍କୁଲ ବନ୍ଦ, ରେଡ୍ ହିଟ୍ ଆଲର୍ଟ ଜାରି, Sorry, my English is bad:)

