ଭୁବନେଶ୍ୱର, ୨୫ ଜୁନ: ଓଡ଼ିଶା ରାଜନୀତିରେ ଆଜି ଏକ ବଡ଼ ଘଟଣା ଘଟିଛି। ପୂର୍ବତନ IAS ଅଧିକାରୀ ତଥା ଭି.କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଆଜି ଔପଚାରିକ ଭାବେ ବିଜୁ ଜନତା ଦଳ (ବିଜେଡି)ରେ ଯୋଗଦେଇ ନିଜର ସକ୍ରିୟ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି। ଦଳ ସଭାପତି Naveen Patnaikଙ୍କ ଉପସ୍ଥିତିରେ ଭୁବନେଶ୍ୱରର ଶଙ୍ଖ ଭବନରେ ସେ ଦଳରେ ସାମିଲ ହୋଇଥିଲେ।
୨୦୦୦ ବ୍ୟାଚର ଓଡ଼ିଶା କ୍ୟାଡର IAS ଅଧିକାରୀ ଥିବା ସୁଜାତା ରାଉତ କାର୍ତ୍ତିକେୟନ ରାଜ୍ୟରେ ମହିଳା ସଶକ୍ତିକରଣ ଏବଂ ‘ମିଶନ ଶକ୍ତି’ କାର୍ଯ୍ୟକ୍ରମ ପାଇଁ ବେଶ୍ ପରିଚିତ। ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ଅନୁଭବ ପରେ ସେ ଏବେ ସିଧାସଳଖ ରାଜନୀତିରେ ପ୍ରବେଶ କରିଛନ୍ତି।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳକୁ ସ୍ୱାଗତ କରି କହିଛନ୍ତି ଯେ, ସୁଜାତାଙ୍କ ଅନୁଭବ ଓ ଦକ୍ଷତା ଦଳ ଏବଂ ଜନସେବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ।
ସୁଜାତାଙ୍କ ଏହି ରାଜନୈତିକ ପ୍ରବେଶକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ବିଶେଷକରି ୨୦୨୪ ନିର୍ବାଚନ ପରେ ଦଳର ପୁନର୍ଗଠନ ପ୍ରକ୍ରିୟା ମଧ୍ୟରେ ତାଙ୍କ ଯୋଗଦାନକୁ ବିଜେଡି ପାଇଁ ଏକ ରଣନୀତିକ ପଦକ୍ଷେପ ବୋଲି ବିଶ୍ଳେଷକମାନେ ମତ ଦେଉଛନ୍ତି।
Thanks for reading: ପୂର୍ବତନ IAS ସୁଜାତା ରାଉତ କାର୍ତ୍ତିକେୟନ ବିଜେଡିରେ ସାମିଲ, Sorry, my English is bad:)


