ଭବାନୀପାଟଣା, ୨୭ ଜୁନ୍: ରଥଯାତ୍ରାକୁ ନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତ ହୋଇପଡ଼ିଛି। ଭବାନୀପାଟଣା ସମେତ ଜିଲ୍ଲାର ସମସ୍ତ ପ୍ରମୁଖ ରଥଯାତ୍ରା ସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ୍ ପରିଚାଳନା ଓ ଆଇନ-ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ବାହିନୀ ଓ ପ୍ରଶାସନିକ ଅଧିକାରୀମାନେ ହାଇ ଆଲର୍ଟରେ ରହିଛନ୍ତି।
ରଥ ଟାଣିବା ମାର୍ଗରେ ସ୍ୱତନ୍ତ୍ର ପୁଲିସ ମୁତୟନ, ଟ୍ରାଫିକ୍ ଡାଇଭର୍ସନ୍, ସିସିଟିଭି ନଜରଦାରି, ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ଯେକୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ କ୍ୱିକ୍ ରେସ୍ପନ୍ସ ଟିମ୍ (QRT) ମଧ୍ୟ ସଜାଗ ରହିବ।
ପ୍ରଶାସନ ଶ୍ରଦ୍ଧାଳୁମାନଙ୍କୁ ନିୟମ ମାନିବା, ଗୁଜବରୁ ଦୂରେ ରହିବା ଏବଂ ପୁଲିସକୁ ସହଯୋଗ କରି ଶାନ୍ତିପୂର୍ଣ୍ଣ ଭାବେ ରଥଯାତ୍ରା ପାଳନ କରିବାକୁ ଅନୁରୋଧ କରିଛି।
Thanks for reading: ରଥଯାତ୍ରା ପାଇଁ କଡ଼ା ସୁରକ୍ଷା : କଳାହାଣ୍ଡି ପ୍ରଶାସନ ହାଇ ଆଲର୍ଟ, Sorry, my English is bad:)

