ଭବାନୀପାଟଣା, ୨୬ ଜୁନ୍: ତିନି ଦଶନ୍ଧିର ଦୀର୍ଘ ସଂଘର୍ଷ, ଅନିଶ୍ଚିତତା ଓ ଅପେକ୍ଷାର ଶେଷରେ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସେମେଲପଦର ଗାଁର ୬୩ ଆଦିବାସୀ ପରିବାରଙ୍କ ହାତରେ ଶେଷରେ ପହଞ୍ଚିଛି ବ୍ୟକ୍ତିଗତ ବନଜମି ପଟ୍ଟା। ବର୍ଷ ବର୍ଷ ଧରି ଯେଉଁ ଜମିରେ ସେମାନେ ଚାଷ କରୁଥିଲେ ଓ ଜୀବନ ବିତାଉଥିଲେ, ସେହି ଜମି ଉପରେ ଏବେ ସେମାନଙ୍କର ଆଇନଗତ ଅଧିକାର ସ୍ଥାପିତ ହୋଇଛି।
ବନ ଅଧିକାର ଆଇନ–୨୦୦୬ ଅନୁଯାୟୀ ପଟ୍ଟା ବଣ୍ଟନ କରାଯାଇଥିବା ବେଳେ, ଏହାକୁ କେବଳ ସରକାରୀ କାର୍ଯ୍ୟକ୍ରମ ନୁହେଁ ବରଂ ୩୦ ବର୍ଷର ସଂଘର୍ଷର ବିଜୟ ବୋଲି ସ୍ଥାନୀୟ ଲୋକେ ବର୍ଣ୍ଣନା କରିଛନ୍ତି। ଗାଁର ମୋଟ ୬୯ଟି ପରିବାର ଆବେଦନ କରିଥିବା ବେଳେ, ବର୍ତ୍ତମାନ ୬୩ ପରିବାର ପଟ୍ଟା ପାଇଛନ୍ତି ଏବଂ ଅବଶିଷ୍ଟ ୬ଟି ଆବେଦନ ବିଚାରାଧୀନ ରହିଛି।
ତେବେ ପଟ୍ଟା ବଣ୍ଟନ ସହ ସଂଘର୍ଷ ଶେଷ ହୋଇନାହିଁ। ଅବଶିଷ୍ଟ ପରିବାରଙ୍କୁ ପଟ୍ଟା, ସାମୁଦାୟିକ ବନ ଅଧିକାରର ସ୍ୱୀକୃତି ଏବଂ ସେମେଲପଦରକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ଦାବିରେ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ସ୍ପଷ୍ଟ କରିଛନ୍ତି।
"ତିନି ଦଶନ୍ଧିର ଲଢ଼େଇ ପରେ ମିଳିଲା ଅଧିକାର—ଆଦିବାସୀଙ୍କ ହାତରେ ବନଜମି ପଟ୍ଟା, ମୁହଁରେ ବିଜୟର ହସ।"
Thanks for reading: ୩୦ ବର୍ଷର ଲଢ଼େଇ ପରେ ମିଳିଲା ନ୍ୟାୟ! ଥୁଆମୂଳ ରାମପୁରର ୬୩ ଆଦିବାସୀ ପରିବାରଙ୍କ ହାତରେ ବନଜମି ପଟ୍ଟା, Sorry, my English is bad:)

