ସରକାରୀ ଦୁର୍ନୀତି ଓ ଅନିୟମିତତା ଉପରୁ ପରଦା ହଟାଇବା ପାଇଁ ତିଆରି ହୋଇଥିବା RTI ଆଇନ ଆଜି ନିଜେ ପ୍ରଶାସନିକ ଅବହେଳାର ଶିକାର ହୋଇଥିବା ଅଭିଯୋଗ ଉଠୁଛି। ଓଡ଼ିଶା ରାଜ୍ୟ ସୂଚନା ଆୟୋଗରେ ହଜାର ହଜାର ଅପିଲ ଓ ଅଭିଯୋଗ ବର୍ଷ ବର୍ଷ ଧରି ପଡ଼ି ରହିଥିବା ବେଳେ ସୂଚନା ମାଗୁଥିବା ନାଗରିକମାନେ ନ୍ୟାୟ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି।
RTI କର୍ମୀଙ୍କ କହିବା ଅନୁଯାୟୀ, ଯଦି ସୂଚନା ଆୟୋଗ ହିଁ ସମୟରେ ମାମଲାର ଶୁଣାଣି କରିପାରୁନାହିଁ, ତେବେ ଆଇନର ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ସୂଚନା ଅଧିକାର ଆଇନ ଲୋକଙ୍କୁ ସଶକ୍ତ କରିବା ପାଇଁ ଥିବା ବେଳେ, ବିଳମ୍ବିତ ନ୍ୟାୟ ଲୋକଙ୍କ ବିଶ୍ୱାସକୁ ଦୁର୍ବଳ କରୁଛି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— "ଆୟୋଗ ଯଦି ଅଚଳ, ତାହାର ଜବାବଦେହିତା କାହାର?" RTI ଆଇନ ଅନୁସାରେ ସୂଚନା ଆୟୁକ୍ତମାନଙ୍କୁ ସାଧାରଣ କର୍ମଚାରୀଙ୍କ ଭଳି ବଦଳି କରାଯାଇପାରେ ନାହିଁ। ତେଣୁ ଆୟୋଗର କାର୍ଯ୍ୟଦକ୍ଷତା ନେଇ ଉଠୁଥିବା ପ୍ରଶ୍ନର ଉତ୍ତର କିଏ ଦେବ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସ୍ୱଚ୍ଛ ଶାସନର ନାରା ଦେଉଥିବା ସରକାର ପାଇଁ ଏହା ଏକ ବଡ଼ ପରୀକ୍ଷା। କାରଣ RTI କେବଳ ଏକ ଆଇନ ନୁହେଁ, ଏହା ଗଣତନ୍ତ୍ରର ଜୀବନରେଖା।
Thanks for reading: RTI ଅଚଳ, ସୂଚନା ପାଇଁ ଲୋକ ହନ୍ତସନ୍ତ! ଆୟୋଗକୁ ଜବାବଦେହ କରିବ କିଏ?, Sorry, my English is bad:)

