ଓଡ଼ିଶାର ୬୪ଟି ସ୍ଥାନର ଇଂରାଜୀ ନାମ ବଦଳିଲା: ଓଡ଼ିଆ ଅସ୍ମିତାକୁ ସରକାରଙ୍କ ବଡ଼ ପଦକ୍ଷେପ

Simhanaad

 


ଭୁବନେଶ୍ୱର, ୨୪ ଜୁନ: ଓଡ଼ିଶା ସରକାର ରାଜ୍ୟର ୨୬ଟି ଜିଲ୍ଲାର ୬୪ଟି ସ୍ଥାନର ଇଂରାଜୀ ବନାନରେ ସଂଶୋଧନ କରିଛନ୍ତି। ଓଡ଼ିଆ ଉଚ୍ଚାରଣ, ଭାଷାଗତ ପରମ୍ପରା ଓ ସାଂସ୍କୃତିକ ପରିଚୟକୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ମନ୍ତ୍ରିମଣ୍ଡଳର ଅନୁମୋଦନ ପରେ ସରକାର ଏହାର ବିଜ୍ଞପ୍ତି ଜାରି କରିଛନ୍ତି। 

ବ୍ରିଟିଶ ଶାସନ କାଳରେ ଅନେକ ସ୍ଥାନର ନାମ ଇଂରାଜୀକରଣ ହୋଇ ବିକୃତ ରୂପ ନେଇଥିଲା। ଏବେ ସେଗୁଡ଼ିକୁ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ସଂଶୋଧନ କରାଯାଇଛି। ଯଥା Cuttack → Kataka, Berhampur → Brahmapur, Bhawanipatna → Bhabanipatana, Balasore → Baleshwar, Rourkela → Raurkela ଇତ୍ୟାଦି। 

ସରକାରଙ୍କ କହିବା ଅନୁଯାୟୀ, ଏହି ପଦକ୍ଷେପ ଓଡ଼ିଆ ଭାଷାର ମୌଳିକତାକୁ ସୁରକ୍ଷା ଦେବା ସହ ଆଗାମୀ ଦିନରେ ସମସ୍ତ ସରକାରୀ ରେକର୍ଡ, ସାଇନ୍‌ବୋର୍ଡ, ମାନଚିତ୍ର ଓ ଦଲିଲପତ୍ରରେ ନୂତନ ବନାନ ବ୍ୟବହୃତ ହେବ। 

ଏହି ନିଷ୍ପତ୍ତିକୁ ନେଇ ରାଜ୍ୟର ବୁଦ୍ଧିଜୀବୀ ମହଳରେ ସ୍ୱାଗତ କରାଯାଉଥିବା ବେଳେ ଏହା ଓଡ଼ିଆ ଅସ୍ମିତାକୁ ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ ପାଇଛି।

Thanks for reading: ଓଡ଼ିଶାର ୬୪ଟି ସ୍ଥାନର ଇଂରାଜୀ ନାମ ବଦଳିଲା: ଓଡ଼ିଆ ଅସ୍ମିତାକୁ ସରକାରଙ୍କ ବଡ଼ ପଦକ୍ଷେପ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.