ଭୁବନେଶ୍ୱର: ନିଜକୁ ଜଣେ IAS ଅଧିକାରୀ ଏବଂ ଭୁବନେଶ୍ୱରର ଉପଜିଲ୍ଲାପାଳ (Sub-Collector) ବୋଲି ପରିଚୟ ଦେଇ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ଠକୁଥିବା ଜଣେ ଯୁବକଙ୍କୁ କମିଶନରେଟ୍ ପୋଲିସର ସହିଦନଗର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ପରିଚୟ ବରଦା ସୁଧୀର ଭାବେ ହୋଇଥିବାବେଳେ ସେ ବିଶାଖାପାଟଣାର ବାସିନ୍ଦା ବୋଲି ଜଣାପଡ଼ିଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ନକଲି ପରିଚୟପତ୍ର, ଜାଲ ନିଯୁକ୍ତିପତ୍ର ଓ ସରକାରୀ ଅଧିକାରୀଙ୍କ ଭଳି ଆଚରଣ କରି ଲୋକଙ୍କ ବିଶ୍ୱାସ ଜିତୁଥିଲେ। ଏହାପରେ ବିଭିନ୍ନ ସୁବିଧା ଦେବାର ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ରହିଛି।
ଏକାଧିକ ଅଭିଯୋଗ ପାଇବା ପରେ ସହିଦନଗର ଥାନା ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ନକଲି ପରିଚୟପତ୍ର, ଜାଲ କାଗଜପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ଠକେଇ କରିଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
Thanks for reading: ନକଲି IAS ସାଜି ଠକୁଥିଲେ, ଶେଷରେ ପୋଲିସ ଜାଲରେ ଧରାପଡ଼ିଲେ, Sorry, my English is bad:)

