କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପ୍ରାୟ ୭:୪୨ ମିନିଟ୍ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଜୟପାଟଣା, ଧର୍ମଗଡ଼, ଜୁନାଗଡ଼, କୋକସରା ସମେତ ଭବାନୀପାଟଣା ଓ ଅନ୍ୟାନ୍ୟ ସ୍ଥାନରେ କିଛି ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପର କମ୍ପନ ଅନୁଭବ କରିଥିଲେ ସ୍ଥାନୀୟ ବାସିନ୍ଦା।
ହଠାତ୍ କମ୍ପନ ଅନୁଭୂତ ହେବା ପରେ ଅନେକ ଲୋକ ଆତଙ୍କିତ ହୋଇ ନିଜ ଘର ଓ କାର୍ଯ୍ୟାଳୟରୁ ବାହାରକୁ ଚାଲିଆସିଥିଲେ। କେତେକ ସ୍ଥାନରେ ଘରର ଆସବାବପତ୍ର ଓ ବାସନପାତ୍ର କମ୍ପିଥିବା ଲୋକେ କହିଛନ୍ତି।
ପ୍ରାଥମିକ ସୂଚନା ଅନୁସାରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ରେକର୍ଡ କରାଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ କଳାହାଣ୍ଡି ଅଞ୍ଚଳରେ ଥିବାବେଳେ ଏହାର ଗଭୀରତା ପ୍ରାୟ ୨୪ କିଲୋମିଟର ଥିବା ସୂଚନା ମିଳିଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଏପର୍ଯ୍ୟନ୍ତ କୌଣସି ଜନହାନି କିମ୍ବା ବଡ଼ ଧରଣର ସମ୍ପତ୍ତି କ୍ଷୟକ୍ଷତିର ଖବର ମିଳିନାହିଁ। ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି ଏବଂ ଲୋକଙ୍କୁ ଗୁଜବରେ ବିଶ୍ୱାସ ନ କରି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
Thanks for reading: କଳାହାଣ୍ଡିରେ ମୃଦୁ ଭୂମିକମ୍ପ ଅନୁଭୂତ; ଆତଙ୍କିତ ହୋଇ ଘରୁ ବାହାରିଲେ ଲୋକେ, Sorry, my English is bad:)

