ଭବାନୀପାଟଣା, କଳାହାଣ୍ଡି:
ଆର୍ଥିକ ଅନଟନ ଓ କାମର ଅଭାବ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଅନେକ ଗରିବ ପରିବାର ଆଜିବି ପାରମ୍ପରିକ ଜୀବିକା ଉପରେ ନିର୍ଭର କରୁଛନ୍ତି। ଗାଁ ଗାଁ ବୁଲି ଏବଂ ରାସ୍ତା କଡ଼ରେ ବସି କାର୍ଡି (ବାଉଁଶ କୋଢ଼ି) ବିକ୍ରି କରି ନିଜ ପରିବାରର ଭରଣପୋଷଣ କରୁଛନ୍ତି ଅନେକ ଶ୍ରମଜୀବୀ ଲୋକ।
ବର୍ଷା ଋତୁରେ ଜଙ୍ଗଲରୁ ସଂଗ୍ରହ କରାଯାଉଥିବା କାର୍ଡିକୁ ସଫା କରି ଖାଇବା ଉପଯୋଗୀ କରି ବଜାରରେ ବିକ୍ରି କରାଯାଏ। ଦିନସାରା ପରିଶ୍ରମ ପରେ ମଧ୍ୟ ମାତ୍ର କିଛି ଶହ ଟଙ୍କା ଆୟ ହେଉଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଛି ବୋଲି ବିକ୍ରେତାମାନେ କହିଛନ୍ତି।
ସରକାରଙ୍କ ପକ୍ଷରୁ କ୍ଷୁଦ୍ର ବ୍ୟବସାୟୀ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀଙ୍କୁ ଅଧିକ ସହାୟତା ମିଳିଲେ ସେମାନଙ୍କ ଜୀବନଯାପନରେ ଉନ୍ନତି ଆସିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
Thanks for reading: କଳାହାଣ୍ଡିର ମାଟିର ସଂଘର୍ଷ: କାର୍ଡି ବିକ୍ରି କରି ପରିବାର ଚଳାଉଛନ୍ତି ବୃଦ୍ଧ ଶ୍ରମଜୀବୀ, Sorry, my English is bad:)

